ନୂଆଦିଲ୍ଲୀ: ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଦୁନିଆକୁ ଆଲୁଅ ଦେଖାଉଥିବା ସୂର୍ଯ୍ୟଙ୍କ ତାପମାତ୍ରା କ’ଣ ରହିଛି? ସମସ୍ତେ କହିବେ ପ୍ରଖର ବା ତୀବ୍ର। ହେଲେ ମିଶନ ଚନ୍ଦ୍ରଯାନ ୨ରେ ମହାକାଶକୁ ଯାଇଥିବା ଅର୍ବିଟର ସୂର୍ଯ୍ୟଙ୍କ ତାପମାତ୍ରାକୁ ଏବେ ମାପିଛି ଯାହାକି ଜାଣିବା ଜରୁରୀ।
ଅର୍ବିଟର ୩୦ ସେପ୍ଟେମ୍ୱରରୁ ୧ ଅକ୍ଟୋବର ମଧ୍ୟରେ ସୂର୍ଯ୍ୟ କିରଣ ବାବଦରେ ଗବେଷଣା କରିଥିଲା। ଏହି ସମୟରେ ସୂର୍ଯ୍ୟଙ୍କ ତାପମାତ୍ରା ପୂର୍ବ ଅପେକ୍ଷା କମ୍ ରହିଥିବା ଜାଣିବାକୁ ମିଳିଛି। ସୂଚନାଯୋଗ୍ୟ, ସୂର୍ଯ୍ୟ ପ୍ରତି ୧୧ ବର୍ଷରେ ତା’ର ତାପମାତ୍ରାରେ ପରିବର୍ତ୍ତନ କରିଥାଏ।
#ISRO
Solar flare measured by XSM instrument of #Chandrayaan2 and GOES-15 of US during 30th September to 1st October 2019.
Clearly XSM provides very detailed information which will help in understanding various processes on the Sun.
Details at https://t.co/OccLzYCfZp pic.twitter.com/SBb9ZztZlv— ISRO (@isro) October 10, 2019
ଯଦି ସୂର୍ଯ୍ୟଙ୍କ ଦେହରେ ଅଧିକ କଳା ଦାଗ ରହିଥିବ ତାହେଲେ ସୂର୍ଯ୍ୟ କିରଣର ତାପମାତ୍ରା ଅଧିକ ରହିଛି ବୋଲି ବୁଝିବାକୁ ହେବ। ଏହାକୁ ସୋଲାର ମାକ୍ସିମା କୁହନ୍ତି। ଯଦି ଏହାର ଓଲଟା ଅର୍ଥାତ୍ ସୂର୍ଯ୍ୟ ସଫା ଦେଖାଯାଉଥିବେ ତାହେଲେ ଏହାକୁ ସୋଲାର ମିନିମା ବୋଲି କୁହାଯିବ।
ମିଶନ ଚନ୍ଦ୍ରଯାନ ୨ରେ ମହାକାଶକୁ ଯାଇଥିବା ଅର୍ବିଟର ଏବେ ଚନ୍ଦ୍ର ଚାରିପଟେ ବୁଲୁଛି। ଚନ୍ଦ୍ରର ସମସ୍ତ ଫଟୋ ପୃଥିବୀକୁ ପଠାଇବା ସହିତ ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରି ଏକପାଖିଆ ହୋଇ ପଡ଼ିଥିବା ଲ୍ୟାଣ୍ଡର ବିକ୍ରମର ସ୍ଥିତି ବାବଦରେ ମଧ୍ୟ ସୂଚନା ଦେଉଛି। ମହାକାଶର ସ୍ଥିତି ଜାଣିବା ପାଇଁ ଇସ୍ରୋର ମୁଖ୍ୟ ମାଧ୍ୟମ ଏବେ ଅର୍ବିଟର ପାଲଟିଛି।
from Odisha Reporter https://ift.tt/2VwU2sH
No comments:
Post a Comment