ପ୍ରତି ଗୁରୁବାର ତୁଳସୀ ଗଛ ମୂଳେ କ୍ଷୀର ଢାଳନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 10, 2019

ପ୍ରତି ଗୁରୁବାର ତୁଳସୀ ଗଛ ମୂଳେ କ୍ଷୀର ଢାଳନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ରହିଲେ ଆର୍ଥିକ ସମସ୍ୟାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ୟା ଦେଖାଯାଏ। ତେବେ ଘରୁ ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକ ଶକ୍ତି ସଞ୍ଚାର କରିବା ପାଇଁ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ରହିଛି। ତା’ହେଲେ ଆସନ୍ତୁ ଜାଣିନେବା ସେହିପରି କିଛି ଉପାୟ ସଂପର୍କରେ, ଯାହା ଘରର ସୁଖଶାନ୍ତିକୁ ବଜାୟ ରଖିବାରେ ସାହାଯ୍ୟ କରେ।

୧. ପ୍ରତି ଗୁରୁବାର ତୁଳସୀ ଗଛକୁ ଅଳ୍ପ କ୍ଷୀର ଅର୍ପଣ କରନ୍ତୁ ବା ଏହାର ମୂଳରେ ଢାଳନ୍ତୁ। ଏହାଦ୍ୱାରା ଘରେ ଲକ୍ଷ୍ମୀ ବାସ କରିଥା’ନ୍ତି ଓ ଆର୍ଥିକ ସମସ୍ୟା ସୁଧୁରିଥାଏ।

୨. କିଛି ଘରେ ସର୍ବଦା କଳିଝଗଡ଼ା ଲାଗି ରହେ। ଆପଣଙ୍କ ଘରେ ବି ଏହି ସ୍ଥିତି ଅଛି କି? ତା’ହେଲେ ପ୍ରତିଦିନ ପାଣିରେ ଅଳ୍ପ ଲୁଣ ମିଶାଇ ଘର ପୋଛନ୍ତୁ। ଏହା ଦ୍ୱାରା ନକାରାତ୍ମକ ଶକ୍ତି ନଷ୍ଟ ହୋଇଯିବ ଏବଂ ପରିବାରର ସଦସ୍ୟଙ୍କ ମଧ୍ୟ ପ୍ରେମ ଓ ଶ୍ରଦ୍ଧା ବଢ଼ିବ।

୩. ପ୍ରତ୍ୟେକ ଦିନ ଶିବ ଲିଙ୍ଗରେ ଜଳ ସହିତ ଅଳ୍ପ କ୍ଷୀର ମିଶାଇ ଅଭିଷେକ କରନ୍ତୁ। ତେବେ ପାତ୍ରରେ ଅଳ୍ପ ଟିକେ କ୍ଷୀର ମିଶା ପାଣି ବଞ୍ଚାଇ ରଖନ୍ତୁ। ଏହାକୁ ଘରର ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ ଢାଳନ୍ତୁ। ଏହାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

୪. ପ୍ରତି ଦିନ ସନ୍ଧ୍ୟାରେ ଓସ୍ତ ଗଛ ମୂଳରେ ପାଣି ଦିଅନ୍ତୁ। ପାଣିରେ ଅଳ୍ପ ଟିକେ କ୍ଷୀର ବି ମିଶାନ୍ତୁ। ଏହାପରେ ଦୀପ ଲଗାଇ ମନରେ ଯାହା ଅଛି ତାକୁ ସ୍ମରଣ କରି  ଓସ୍ତ ଗଛକୁ ୫ ଥର ପରିକ୍ରମା କରନ୍ତୁ। ଏପରି କଲେ ଆପଣଙ୍କ ଇଚ୍ଛା ପୂରଣ ହୋଇଥାଏ ଓ ଘରେ ସୁଖଶାନ୍ତି ବିରାଜମାନ କରନ୍ତି।

୫. ପ୍ରତ୍ୟେକ ଦିନ ସକାଳେ ପ୍ରଥମ ରୁଟି ଗୋମାତାଙ୍କୁ, ଦ୍ୱିତୀୟ ରୁଟି କୁକୁରକୁ ଓ ତୃତୀୟ ରୁଟି ଛାତ ଉପରେ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣ ପିତୃଦୋଷରୁ ମିଳୁଥିବା କଷ୍ଟରୁ ମୁକ୍ତି ମିଳିଥାଏ ଏବଂ ଘରୁ ନକାରାତ୍ମକ ଶକ୍ତି ଦୂରେଇଯାଏ।

 

 



from Odisha Reporter https://ift.tt/2M910Bn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages