ନୂଆଦିଲ୍ଲୀ: ହଲିଉଡ୍ରେ ଲୋକପ୍ରିୟ ଅଭିନେତ୍ରୀ ତଥା ପପ୍ ସିଙ୍ଗର୍ ଲେଡି ଗାଗା ସୋଶାଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି। ଅନେକ ସମୟରେ ସେ ଫଟୋ ଓ ଭିଡିଓ ଶେଆର୍ କରୁଥିବା ଦେଖିବାକୁ ମିଳିଥାଏ।
ନିକଟରେ ସେ କରିଥିବା ଏକ ଟ୍ୱିଟ୍କୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଯେଉଁ ଟ୍ୱିଟ୍କୁ ଦେଖି ୟୁଜର୍ ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି। କଥା ହେଉଛି ଲେଡି ଗାଗା ଏହି ଟ୍ୱିଟ୍ରେ ରୋମାନ ଲିପିରେ ଏକ ସଂସ୍କୃତ ଶ୍ଲୋକ ଲେଖିଛନ୍ତି। ଯାହା ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ପଢ଼ି ୟୁଜର ଏଥିରେ ପ୍ରତିକ୍ରିୟା ଦେଇ ‘ଜୟ ଶ୍ରୀରାମ’ ବୋଲି ଲେଖୁଛନ୍ତି।
Lokah Samastah Sukhino Bhavantu
— Lady Gaga (@ladygaga) October 19, 2019
ପପ୍ ଷ୍ଟାର୍ ଲେଡି ଗାଗା ଲେଖିଛନ୍ତି, ‘ଲୋକାଃ ସମସ୍ତାଃ ସୁଖିନୋ ଭବନ୍ତୁ’। ଯାହାର ଅର୍ଥ ‘ଦୁନିଆରେ ସବୁ ଲୋକ ଖୁସିରେ ରୁହନ୍ତୁ’। ତାଙ୍କର ଏହି ଟ୍ୱିଟ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୩୪ ହଜାର ଲାଇକ୍ ଓ ୩୫ ହଜାରରୁ ଅଧିକ ରିଟ୍ୱିଟ୍ ମିଳିସାରିଛି।
ସୂଚନାଯୋଗ୍ୟ, ଲେଡି ଗାଗା ଅଭିନୟ ସହିତ ଗୀତ ମଧ୍ୟ ଗାଇଥା’ନ୍ତି। ସେ ଶାଲୋ, ପୋକର ଫେସ୍ ଓ ବେଡ୍ ରୋମାନ୍ସ ପରି ଗୀତ ପାଇଁ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି।
ମିଡିଆ ରିପୋର୍ଟ ଅନୁସାରେ କିଛି ଦିନ ତଳେ ସେ ଲସ୍ ବେଗାସ୍ର ଏକ କନସର୍ଟରେ ଜଣେ ଫ୍ୟାନ୍ଙ୍କ ସହିତ ଡ୍ୟାନ୍ସ କରୁଥିବା ସମୟରେ ଗୋଡ଼ ଖସି ଯିବାରୁ ତଳେ ପଡ଼ି ଆହତ ହୋଇଥିଲେ।
from Odisha Reporter https://ift.tt/2pJwkOo
No comments:
Post a Comment