ନୂଆଦିଲ୍ଲୀ: ବିଶ୍ୱରୁ ଦାରଦ୍ର୍ୟ ଦୂରୀକରଣ ପାଇଁ ସଂଘର୍ଷ କରି ଅର୍ଥନୀତିରେ ନୋବେଲ ପାଇବାକୁ ମନୋନୀତ ହୋଇଥିବା ଭାରତ-ଆମେରିକା ନାଗରିକ ଅଭିଜିତ ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।
ସେ ମୋଦିଙ୍କ ୭ ଲୋକ କଲ୍ୟାଣ ମାର୍ଗରେ ଥିବା ବାସଭବନରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଛନ୍ତି। ଅର୍ଥନୀତିରେ ନୋବେଲ ପାଇବା ପରେ ଅଭିଜିତ ପ୍ରଥମଥର ପାଇଁ ଭାରତ ଆସିଛନ୍ତି। ମୋଦିଙ୍କୁ ସାକ୍ଷାତ କରିବା ପରେ ସେ କୋଲକାତା ଯିବେ। ସେଠାରେ ସେ ତାଙ୍କ ମା’ଙ୍କୁ ସାକ୍ଷାତ କରିବେ ଓ ସେଠାରେ ଦୁଇ ଦିନ ରହିବେ।
ଅଭିଜିତ ନୋବେଲ ପାଇଥିବାରୁ ତାଙ୍କୁ ଦଳମତ ନିର୍ବିଶେଷରେ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ। ହେଲେ ଲୋକସଭା ନିର୍ବାଚନ ବେଳେ ସେ କଂଗ୍ରେସ ପାଇଁ ନ୍ୟାୟ ଯୋଜନା ପ୍ରସ୍ତୁତ କରୁଥିବାରୁ ଏହାକୁ ବିଜେପି ସହ୍ୟ କରିପାରି ନଥିଲା।
ସେ ନୋବେଲ ପାଇଁ ମନୋନୀତ ହୋଇଥିଲେ ହେଁ ବିଜେପି ତାଙ୍କୁ ବାମପନ୍ଥୀ ଚିନ୍ତା ଧାରାରେ ଅନୁପ୍ରାଣିତ ବୋଲି କହି ତାଚ୍ଛଲ୍ୟ ମଧ୍ୟ କରିଥିଲା। ସେ କଂଗ୍ରେସର ନ୍ୟାୟ ସ୍କିମକୁ ସମର୍ଥନ କରିଥିବା ବେଳେ ଲୋକମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିବା ମଧ୍ୟ ବିଜେପି ମତଦେଇ ତାଙ୍କୁ ସମାଲୋଚନା କରିଥିଲା।
from Odisha Reporter https://ift.tt/2MZJWwN
No comments:
Post a Comment