ନେତୃତ୍ୱକୁ ନେଇ ବିବାଦ, ରାଜ୍ୟପାଳଙ୍କୁ ଅଲଗା ଅଲଗା ଭେଟିବେ ଶିବସେନା ଏବଂ ବିଜେପି ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 27, 2019

ନେତୃତ୍ୱକୁ ନେଇ ବିବାଦ, ରାଜ୍ୟପାଳଙ୍କୁ ଅଲଗା ଅଲଗା ଭେଟିବେ ଶିବସେନା ଏବଂ ବିଜେପି ନେତା

ମୁମ୍ୱାଇ: ମହାରାଷ୍ଟ୍ର ମେଣ୍ଟ ସରକାରରେ ନେତୃତ୍ୱକୁ ନେଇ ଦୁଇ ସହଯୋଗୀ ଦଳ ବିଜେପି-ଶିବସେନା ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି। ନିର୍ବାଚନ ଫଳାଫଳ ଘୋଷଣାର ୪ ଦିନ ପରେ ମଧ୍ୟ ସରକାରରେ କିଏ ନେବ ନେତୃତ୍ୱ ସେ ନେଇ ବିବାଦ ଜାରି ରହିଛି। ଆଜି ଉଭୟ ଦଳ ଅଲଗା ଅଲଗା ରାଜ୍ୟପାଳଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଶିବସେନାରୁ ଦିବାକର ରାଓତେ ଏବଂ ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ରାଜ୍ୟପାଳ ଭଗତ ସିଂହ କୋଶୟାରି ଖୁବଶୀଘ୍ର ଅଲଗା ଅଲଗା ଭେଟିବେ ବୋଲି ସ୍ପଷ୍ଟ ହୋଇଛି।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ୧୦୫, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪, ଅନ୍ୟାନ୍ୟ ୨୯ ଜଣ ବିଧାୟକ ସ୍ୱାଧୀନ ଓ ଅନ୍ୟାନ୍ୟ ଦଳରୁ ବିଜୟୀ ହୋଇଛନ୍ତି। ଗତକାଲି ଦୁଇ ଜଣ ସ୍ୱାଧୀନ ବିଧାୟକ ଶିବସେନାକୁ ସମର୍ଥନ ମଧ୍ୟ କରିଛନ୍ତି। ଏହାପରେ ଶିବସେନାର ବିଧାୟକ ସଂଖ୍ୟା ଆସି ୫୮ରେ ପହଞ୍ଚିଛି। ସରକାର ଗଢ଼ିବା ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଯାହାକି କୌଣସି ଦଳ ପାଖରେ ନାହିଁ। ବିଜେପିକୁ ସର୍ବାଧିକ ଭୋଟ ମହାରାଷ୍ଟ୍ରବାସୀ ଦେଇଥିବାରୁ ମେଣ୍ଟ ସରକାରରେ ସେ ହିଁ ମୁଖ୍ୟମନ୍ତ୍ରୀ ପଦବୀ ନେବ ବୋଲି ଦାବି କରୁଛି।

ଅନ୍ୟପଟେ ନିର୍ବାଚନ ପୂର୍ବରୁ ୫୦-୫୦ ଫର୍ମୁଲାରେ ସରକାର ଗଢ଼ିବା ନେଇ ହୋଇଥିବା ଡିଲ୍ ବାବଦରେ ଶିବସେନା ବିଜେପିକୁ ମନେ ପକାଇ ଦେଉଛି। ଶିବସେନା ଅଢେଇ ଅଢେଇ ବର୍ଷ ଉଭୟ ଦଳର ନେତା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦାବି କରିଛି। ଏ ନେଇ ବିଜେପି ସଭାପତି କିମ୍ୱା ଦେବେନ୍ଦ୍ର ଫଡ଼ନାଭିସ ଏକ ଲିଖିତ ପ୍ରତିଶ୍ରୁତି ଦେବାକୁ ଶିବସେନା ଦାବି କରିଛି। ଯାହାକୁ ବିଜେପି ସହଜରେ ଗ୍ରହଣ କରିପାରୁନି।



from Odisha Reporter https://ift.tt/31Tnyug

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages