ପରିବା ବିକାଳିଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 15, 2019

ପରିବା ବିକାଳିଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ଜଣେ ମହିଳା ପରିବା ବିକାଳିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କନକ ବେହେରା। ତାଙ୍କ ଘର ଚିକରଡା ଗାଁରେ।

ଆଜି ସକାଳେ କନକ ରଣ୍ଡା ବଜାରକୁ ଯିବା ପାଇଁ ପରିବା ଧରି ରାସ୍ତା ପାର ହେଉଥିଲେ। ଏହି ସମୟରେ ତାଙ୍କ ଉପରେ ଏକ ଟ୍ରକ୍‌ ମାଡ଼ି ଯାଇଥିଲା।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ସହ ରଣ୍ଢା ଛକରେ ଏକ ଫ୍ଲାଇ ଓଭର ବ୍ରିଜ ନିର୍ମାଣ ଦାବିରେ ସ୍ଥାନୀୟ ଅଞ୍ଚଳବାସୀ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଛି।

ଦୀର୍ଘ ଦିନ ହେବ ରଣ୍ଢା ଛକରେ ଏକ ଫ୍ଲାଇ ଓଭରବ୍ରିଜ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଆସୁଛନ୍ତି। ପ୍ରଶାସନ ମଧ୍ୟ ଓଭରବ୍ରିଜ କରିବାକୁ ହିଁ ମାରିଛନ୍ତି। ହେଲେ ଏପର୍ଯ୍ୟନ୍ତ ସେଠାରେ ଫ୍ଲାଇ ଓଭରବ୍ରିଜ ନିର୍ମାଣ ହୋଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିଛି  ଓ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2VKK5Ik

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages