ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ମିଲ୍ବାଡି ଅଞ୍ଚଳରୁ ଆଜି ଭୋରରୁ ୧ କିଲୋଗ୍ରାମ ବ୍ରାଉନ୍ ସୁଗର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ମିଲ୍ବାଡି ଅଞ୍ଚଳର ସପନ କୁମାର ପ୍ରଧାନ।
ଜଳେଶ୍ୱର ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ ଅବକାରୀ ବିଭାଗ କର୍ମଚାରୀ ମିଳିତ ଭାବେ ଆଜି ଭୋରରୁ ଷ୍ଟେସନ ବଜାରସ୍ଥିତ ମିଲ୍ବାଡି ଅଞ୍ଚଳରେ ରହୁଥିବା ସପନଙ୍କ ଘର ଉପରେ ଚଢଉ କରିଥିଲେ। ଏହି ସମୟରେ ଏତେ ପରିମାଣର ବ୍ରାଉନ୍ ସୁଗର ଜବତ ହୋଇଛି। ଏଥିସହ ଗୋଟିଏ ଚୋରା ବନ୍ଧୁକ ମଧ୍ୟ ଜବତ ହୋଇଛି।
ସପନ ଦୀର୍ଘଦିନ ଧରି ମିଲ୍ବାଡି ଅଞ୍ଚଳରେ ରହି ବ୍ରାଉନ ସୁଗର୍ ବେପାର କରି ଆସୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଏହି ଚଢଉ କରାଯାଇଥିଲା।
from Odisha Reporter https://ift.tt/2MidzKp
No comments:
Post a Comment