ମାରଣାସ୍ତ୍ର ଦେଖାଇ ୧୧ଟି ଟ୍ରକ୍‌ରୁ ଲୁଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 5, 2019

ମାରଣାସ୍ତ୍ର ଦେଖାଇ ୧୧ଟି ଟ୍ରକ୍‌ରୁ ଲୁଟିଲେ

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତ ନିମେଇସାପୁର ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ୧୧ଟି ଟ୍ରକରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଥିବା ଏହି ଟ୍ରକ୍‌ଗୁଡ଼ିକର ଡ୍ରାଇଭରଙ୍କୁ ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିଲେ। ଏଥିସହ ଟ୍ରକ୍‌ ଗୁଡ଼ିକର ସାମ୍ନା କାଚ ଗୁଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଖବର ପାଇ ଟାଙ୍ଗି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଏହି ସ୍ଥାନରେ ସବୁ ସମୟରେ ଟ୍ରକ୍‌ ଗୁଡ଼ିକ ବେଆଇନ ଭାବେ ରହୁଥିବାରୁ ଟ୍ରାଫିକ୍‌ ସମସ୍ୟା ଦେଖାଉଛି ବୋଲି ଅଭିଯୋଗ ହୋଇଛି।  ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିବା ବେଳେ ଟ୍ରକ୍‌ ଡ୍ରାଇଭରମାନେ ମାନୁ ନଥିବାରୁ ଏଭଳି ଘଟଣା ଘଟିଥିବା କିଛି ଲୋକ କହିଛନ୍ତି।



from Odisha Reporter https://ift.tt/354LHB7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages