ମୃତକଙ୍କୁ ଲୋନ୍ ଦେଇ ଠକିବାକୁ ଚେଷ୍ଟା କରୁଥିଲା ବ୍ୟାଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 5, 2019

ମୃତକଙ୍କୁ ଲୋନ୍ ଦେଇ ଠକିବାକୁ ଚେଷ୍ଟା କରୁଥିଲା ବ୍ୟାଙ୍କ

ନୂଆଦିଲ୍ଲୀ: ନିକଟରେ ଟଙ୍କା ନେଣଦେଣରେ ଗଡ଼ବଡ଼ କରିବା ଅଭିଯୋଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ ବ୍ୟାଙ୍କ(ପିଏମସି)ରୁ ଟଙ୍କା ଉଠାଇବା ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ଆର୍ଥିକ ନେଣଦେଣ ଅଜାଣତରେ କରାଯାଇନାହିଁ ବରଂ ଏକ ଘରୋଇ ରିଅଲ ଇଷ୍ଟେଟ କମ୍ପାନୀକୁ ସହଯୋଗ କରିବାକୁ ଯାଇ ଜାଣିଶୁଣି ଘୋଟାଲା କରାଯାଇଥିବା ଆରବିଆଇ ତଦନ୍ତରୁ ଜଣାପଡ଼ିଛି। ଯାହାର ଗୁମର ଏବେ ଫିଟୁଛି। ଆରବିଆଇ ଏବଂ ଆର୍ଥିକ ଅପରାଧ ଶାଖାର ତ୍ୱରିତ ପଦକ୍ଷେପ ପାଇଁ ଏବେ ବ୍ୟାଙ୍କର ଅଧ୍ୟକ୍ଷ ଏବଂ ନିଲମ୍ୱିତ ନିର୍ଦ୍ଦେଶକ ଏବେ ଗିରଫ ହୋଇସାରିଛନ୍ତି।

ପିଏମସି ବ୍ୟାଙ୍କରେ ଥିବା ଅଧିକାଂଶ ଆକାଉଣ୍ଟ ମୃତକଙ୍କ ନାଁରେ ରହିଛି। ଆଉ ଏହି ମୃତକ ବା ଜାଲ୍ ଆକାଉଣ୍ଟ ଜରିଆରେ ବ୍ୟାଙ୍କ ଅନେକ ଲୋନ୍ ଦେଇଛି, ଯାହାକି ବ୍ୟାଙ୍କର ଜାଣତରେ ହୋଇଛି। ମୋଟ୍ ଉପରେ ୨୧ ହଜାର ୪୯ଟି ନକଲି ଆକାଉଣ୍ଟ ଖୋଲାଯାଇଛି ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଏହି ଆକାଉଣ୍ଟ ଜରିଆରେ ପିଏମସି ବ୍ୟାଙ୍କ ହାଉସିଂ ଡେଭଲପମେଣ୍ଟ ଆଣ୍ଡ ଇନଫ୍ରାଷ୍ଟକଚର (ଏଚଡିଆଇଏଲ) ନାମକ ଏକ ରିଅଲ ଇଷ୍ଟେଟ୍ କମ୍ପାନୀକୁ ମୋଟା ଅଙ୍କର ଋଣ ପ୍ରଦାନ କରିଛି। ଏଗହି ଋଣ ବାବଦରେ ଆରବିଆଇକୁ ଲୁଚାଇବାକୁ ପିଏମସି ବ୍ୟାଙ୍କ୍ ଯୋଜନା କରିଥିଲା ବୋଲି ଜଣାପଡ଼ିଛି। ହେଲେ ୨୦୧୮ ମାର୍ଚ୍ଚରେ ଆରବିଆଇ ପିଏମସି ବ୍ୟାଙ୍କକୁ ଏକ ଆକାଉଣ୍ଟ ଡିଟେଲ୍ସ ମାଗିଥିଲା। ବ୍ୟାଙ୍କର ରିପୋର୍ଟ ଦେବା ପରେ ଆରବିଆଇର ସନ୍ଦେହ ବଢ଼ିଥିଲା। କାରଣ ଏହି ରିପୋର୍ଟରେ ଥିବା ଅଧିକାଂଶ ଆକାଉଣ୍ଟ ହୋଲଡର ମୃତକ ଥିଲେ, ଯେଉଁମାନେ ବ୍ୟାଙ୍କରୁ ଆକାଉଣ୍ଟ ବନ୍ଦ କରିଦେଇଥିଲେ ସେମାନଙ୍କ ନାଁରେ ଲୋନ୍ ଥିବା ଜଣାପଡ଼ିଥିଲା। ଏହି ସବୁ ଆକାଉଣ୍ଟ ଆରବିଆଇ ରିପୋର୍ଟ ମାଗିବାର ୪୫ ଦିନ ମଧ୍ୟରେ ହୋଇଥିଲା ବୋଲି ଆରବିଆଇ ଜାଣିବାକୁ ପାଇଛି।

ରିପୋର୍ଟରେ ଲୋନ୍ ପରିମାଣ ଯେତିକି ଦର୍ଶାଯାଇଥିଲା ତାଠୁ ଅଧିକ ଲୋନ୍ ଏଚଡିଆଇଏଲ ଏବଂ ତାର ସହଯୋଗୀ କମ୍ପାନୀକୁ ଲୋନ୍ ଦିଆଯାଇଥିଲା। ସେହିପରି ଏହି ୨୧ ହଜାର ୪୯ଟି ବ୍ୟାଙ୍କ ଆକାଉଣ୍ଟ ବ୍ୟାଙ୍କିଙ୍ଗ୍ ସିଷ୍ଟମରୁ ତିଆରି ହୋଇନଥିଲା ବରଂ ଆଡାଭାନ୍ସ ମାଷ୍ଟର ଇନଟେଣ୍ଡ ଏଣ୍ଟ୍ରି ଭାବରେ ଆରବିଆଇକୁ ପ୍ରଦାନ କରାଯାଇଥିଲା।

ଆରବିଆଇ ତଦନ୍ତ କରିବା ବେଳେ ପ୍ରଥମେ ୪୪ଟି ଆକାଉଣ୍ଟରୁ ୧୦ଟି ଆକାଉଣ୍ଚ ଠିକ୍ ଥିବା ଜାଣିବାକୁ ପାଇଥିଲା। ଏବେ ଅନ୍ୟ ସମସ୍ତ ବ୍ୟାଙ୍କ ଆକାଉଣ୍ଚର ତଦନ୍ତ କରୁଛି ଆରବିଆଇ। ପିଏମସିର ଏହି ଘୋଟଲା ଏବେ ଆରବିଆଇ ଉପରେ ପ୍ରଭାବ ପକାଇଛି। ଫଳରେ ଆରବିଆଇ ଫଣ୍ଡରେ ୩ହଜାର କୋଟିରୁ ଅଧିକ ଟଙ୍କା କମ୍ ହୋଇପାରେ ବୋଲି ଆକଳନ କରାଯାଉଛି। ଆରବିଆଇ ତଦନ୍ତ ଶେଷ କରିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ।

ସୂଚନାଯୋଗ୍ୟ, ପିଏମସି ବ୍ୟାଙ୍କ ନନ ପରଫର୍ମିଙ୍ଗ୍ ଆସେଟ୍ ଏବଂ ଲୋନ୍ ପ୍ରଦାନ ବାବଦରେ ଭୁଲ ତଥ୍ୟ ଆରବିଆଇକୁ ଦେଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ବ୍ୟାଙ୍କର ଅଧ୍ୟକ୍ଷ ଏସ୍, ଓ୍ୱରୟାମ୍ ସିଂହଙ୍କୁ ମୁମ୍ୱାଇର ଆର୍ଥିକ ଅପରାଧ ଶାଖା ଶନିବାର ଗିରଫ କରିସାରିଛି। ସେହିପରି ପୂର୍ବରୁ ବ୍ୟାଙ୍କରୁ ନିଲମ୍ୱିତ ହୋଇଥିବା ନିର୍ଦ୍ଦେଶକ ଜୟ ଥମାସଙ୍କୁ ମୁମ୍ୱାଇର ଏକ ଅଦାଲତ ୧୨ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛି।

ଗିରଫ ହେବା ପରେ ଜୟ ଥମାସ ପ୍ରତିକ୍ରିୟାରେ କହିଥିଲେ ବ୍ୟାଙ୍କ ୭୩ ପ୍ରତିଶତ ଲୋନ୍ ହାଉସିଂ ଡେଭଲପମେଣ୍ଟ ଆଣ୍ଡ ଇନଫ୍ରାଷ୍ଟକଚର କମ୍ପାନୀକୁ ଦେଇଛି। ପିଏମସିରେ ଘୋଟାଲା ହୋଇଥିବା ନେଇ ଜଣାପଡ଼ିବା ପରେ ଆରବିଆଇ ଗାଇଡ ଲାଇନର ୧୯୪୯ ଅଧୀନରେ ଥିବା ୩୫ (ଏ) ନିୟମ ଆଧାରରେ କଟକଣା ଲଗାଇଛି। ଆରବିଆଇର ଏହି ନିଷ୍ପତ୍ତି ପିଏମସି ବ୍ୟାଙ୍କର ନିବେଶକ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି।



from Odisha Reporter https://ift.tt/2IGI4YD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages