ଖଟ୍ଟର ବିଧାୟକ ଦଳର ନେତା, କାଣ୍ଡାଙ୍କ ସମର୍ଥନ ନେବନି ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 26, 2019

ଖଟ୍ଟର ବିଧାୟକ ଦଳର ନେତା, କାଣ୍ଡାଙ୍କ ସମର୍ଥନ ନେବନି ବିଜେପି

ଚଣ୍ଡିଗଡ: ଦଳୀୟ ନେତାଙ୍କ ଦାବିକୁ ଗ୍ରହଣ କଲା ବିଜେପି। ସରକାର ଗଢ଼ିବା ପାଇଁ ବିଜେପି ହରିଆଣା ଲୋକହିତ ପାର୍ଟିର ବିଧାୟକ ଗୋପାଳ କାଣ୍ଡାଙ୍କ ସମର୍ଥନ ନେବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ଆସନ୍ତାକାଲି ଦୀପାବଳି। ଏହି ଅବସରରେ ଅପରାହ୍ନ ୨ଟାରେ ଦ୍ୱିତୀୟ ଥର ପାଇଁ ହରିଆଣାର ମୁଖ୍ୟମନ୍ତ୍ରୀ ଭାବରେ ମନୋହର ଲାଲ ଖଟ୍ଟର ଶପଥ ଗ୍ରହଣ କରିବେ ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି।

ଏହି ଘୋଷଣା ହେବା ପୂର୍ବରୁ ଆଜି ଚଣ୍ଡିଗଡରେ ନବ ନିର୍ବାଚିତ ବିଧାୟକଙ୍କୁ ନେଇ ବିଜେପିର ବୈଠକ ବସିଥିଲା। ଏହି ବୈଠକରେ ସମ୍ମତିକ୍ରମେ ମନୋହର ଲାଲ ଖଟ୍ଟର ବିଜେପି ବିଧାୟକ ଦଳର ନେତା ହୋଇଥିଲେ। ଅପରାହ୍ନ ୩ଟାରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ମନୋହର ଲାଲ ଖଟ୍ଟର ଭେଟି ସରକାର ଗଢ଼ିବା ପାଇଁ ଦାବି କରିବେ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଗୋପାଳ କାଣ୍ଡଙ୍କର ଏକ ଏୟାରଲାଇନ୍ସ କମ୍ପାନୀ ରହିଛି। ୨୦୧୨ରେ ଗୀତିକା ଶର୍ମା ନାମକ ଜଣେ ଏୟାର ଲାଇନ୍ସ କର୍ମଚାରୀ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଗୀତିକା ଏକ ଚିଠି ଲେଖିଥିଲେ ଯେଉଁଥିରେ ଗୋପାଳ କାଣ୍ଡଙ୍କ ନାମ ଉଲ୍ଲେଖ ରହିଥିଲା। ଏବେ ବି ତାଙ୍କ ବିରୋଧରେ ମାମଲା ଚାଲିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଏବଂ ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଗୋପାଳ କାଣ୍ଡାଙ୍କ ସମର୍ଥନ ନନେବାକୁ ଆହ୍ୱାନ କରିଥିଲେ ଦଳକୁ। କ୍ଷମତା ପାଇଁ ନୈତିକତା ନଭୁଲିବା ଉଚିତ ବୋଲି ଉଭୟ ସୁବ୍ରମଣ୍ୟମ ସ୍ୱାମୀ ଏବଂ ଉମା ଭାରତୀ କହିଥିଲେ।

ହରିଆଣାର ୯୦ ବିଧାନସଭା ଆସନରୁ ବିଜେପି ୪୦ଟି ସିଟରେ ଜତିଥିବା ବେଳେ କଂଗ୍ରେସ ୩୧, ଜେଜେପି ୧୦ ଏବଂ ଅନ୍ୟାନ୍ୟ ୯ ଜଣ ଜିତିଛନ୍ତି। ବିଜେପିକୁ ଜେଜେପି ଏବଂ ସ୍ୱାଧୀନ ବିଧାୟକ ସମର୍ଥନ କରିବେ ବୋଲି ଘୋଷଣା ହୋଇଛି।



from Odisha Reporter https://ift.tt/2BJlJpp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages