ମୁମ୍ୱାଇ: ବଲିଉଡ୍ରେ ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଲିଭର୍ରେ ସମସ୍ୟା ଥିବା ଜଣାପଡ଼ିଛି।
ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ଅପରାହ୍ନ ୨ଟାରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେବଠୁ ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲର ଏକ ସ୍ପେଶାଲ ରୁମ୍ରେ ତାଙ୍କୁ ରଖାଯାଇଛି। କେବଳ ପରିବାର ଲୋକେ ତାଙ୍କୁ ଦେଖା କରିବା ପାଇଁ ଯାଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ବଲିଉଡ୍ର କୌଣସି ସେଲେବ୍ରିଟି ତାଙ୍କୁ ଦେଖା କରିବାକୁ ଯାଇନାହାନ୍ତି। ଏହାର କାରଣ ବିଗ୍ ବିଙ୍କର ଅସୁସ୍ଥ ହେବା ସୂଚନା କାହାକୁ ଦିଆଯାଇନାହିଁ।
ସୂଚନାଯୋଗ୍ୟ, ୧୯୮୨ ମସିହାରେ ଫିଲ୍ମ ‘କୁଲି’ର ଶୁଟିଂ କରୁଥିବା ସମୟରେ ଅମିତାଭଙ୍କୁ ଆଘାତ ଲାଗିଥିଲା। ସେହି ସମୟରେ ଭୁଲ୍ରେ ହେପାଟାଇଟିସ୍ ଭାଇରସ୍ ଥିବା ଜଣେ ବ୍ୟକ୍ତି ତାଙ୍କୁ ରକ୍ତ ଦେଇଥିଲେ। ସେବେଠାରୁ ବିଗ୍ ବି ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି। ଏହି ରୋଗ ଯୋଗୁ ତାଙ୍କର ଲିଭର୍ ୭୫ ପ୍ରତିଶତ ଅଂଶ କାମ କରିବା ବନ୍ଦ କରିଦେଇଛି। ତାଙ୍କ ଲିଭର୍ର ମାତ୍ର ୨୫ ପ୍ରତିଶତ କାମ କରୁଛି ବୋଲି ବିଗ୍ ବି ଅନେକ ଥର କହିଛନ୍ତି।
from Odisha Reporter https://ift.tt/33H80eI
No comments:
Post a Comment