ଖୋର୍ଦ୍ଧା(ବଳରାମ ଲେଙ୍କା) : ଖୋର୍ଦ୍ଧା SPଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସବ୍ଇନ୍ସପେକ୍ଟର ବନମାଳୀ ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତାଙ୍କ ନାଁରେ ରହିଛି ୨ଟି ଭିଜିଲାନ୍ସ ମାମଲା। ବନମାଳୀଙ୍କ ଚାକିରି ଆହୁରି ୪ ବର୍ଷ ବାକି ଥିବା ବେଳେ ସେ ପୁଲିସ୍ ବିଭାଗରେ କାର୍ଯ୍ୟ କରିବା ପାଇଁ ବିଶ୍ୱାସନୀୟତା ହରାଇଛନ୍ତି। ତେଣୁ ତେଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଖୋର୍ଦ୍ଧା ଏସ୍ପି ସୂଚନା ଦେଇଛନ୍ତି।
ସବ୍ଇନ୍ସପେକ୍ଟର ବନମାଳୀ ପୁରୀ ଓ ଖୋର୍ଦ୍ଧାରେ କାର୍ଯ୍ୟରତ ଥିବା ବେଳେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ବିଭାଗୀୟ ରିଭ୍ୟୁ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଦୁର୍ନୀତିଖୋର୍ ଅଧିକାରୀଙ୍କୁ ସାବାଡ଼ କରିବାକୁ ଆଗକୁ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି।
from Odisha Reporter https://ift.tt/2BxScPr
No comments:
Post a Comment