ଛାଡ଼ୁନି ସାରଥୀ ମୋହ; ଫଟୋ ରଖି କଲେ ଭଜନ କୀର୍ତ୍ତନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 10, 2019

ଛାଡ଼ୁନି ସାରଥୀ ମୋହ; ଫଟୋ ରଖି କଲେ ଭଜନ କୀର୍ତ୍ତନ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଏବେ ବି ସାରଥୀ ମୋହ ଛାଡ଼ି ପାରୁ ନାହାନ୍ତି ବହୁ ଲୋକେ। ଏତେ ସବୁ ଘଟଣା ଘଟିବା ପରେ ବି ବହୁ ଲୋକ ସାରଥୀଙ୍କ ଫଟୋ ରଖି ପୂର୍ବ ପରି ଭଜନ କୀର୍ତ୍ତନ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ମଠସାହି ଅଞ୍ଚଳରେ।

ଗତକାଲି ସଂଧ୍ୟାରେ ଏକ ଘର ଭିତରେ ଆତ୍ମଘୋଷିତ ଭଗବାନ ସାରଥୀଙ୍କ ଫଟୋ ରଖି ତାଙ୍କର କିଛି ଅନୁଗାମୀ ଭଜନ କୀର୍ତ୍ତନ କରୁଥିଲେ। ଏଥିରେ ଅନେକ ମହିଳା ଓ ପୁରୁଷ ଅନୁଗାମୀ ସାମିଲ ହୋଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍‌ ସେହି ଘରେ ଚଢ଼ଉ କରିଥିଲା। ଚଢଉ ପରେ ସେଠାରୁ କିଛି ଭକ୍ତ ଫେରାର ହୋଇଯାଇଥିଲେ।

ସାରଥୀ ବାବାଙ୍କ ଭଜନ କୀର୍ତ୍ତନ ଉପରେ କଟକଣା ଲଗାଯିବା ସ୍ୱତ୍ତେ ସମ୍ପୃକ୍ତ ଅଞ୍ଚଳରେ କିଛି ଲୋକ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସାରଥୀଙ୍କ ଭକ୍ତ ଆସି ପ୍ରତ୍ୟେକ ଦିନ ବାବାଙ୍କ ଭଜନ କୀର୍ତ୍ତନ ସହ ପ୍ରବଚନ କାର୍ଯ୍ୟକ୍ରମ କରୁଥିବା ଜଣାପଡ଼ିଛି।



from Odisha Reporter https://ift.tt/2p79YpJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages