ଜିଓ କଲା ପୁଣି ବଡ଼ ଘୋଷଣା, ଏବେ ଏହି ଗ୍ରାହକଙ୍କୁ ଆୟୁସି ଚାର୍ଜ ଦେବାକୁ ପଡ଼ିବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 10, 2019

ଜିଓ କଲା ପୁଣି ବଡ଼ ଘୋଷଣା, ଏବେ ଏହି ଗ୍ରାହକଙ୍କୁ ଆୟୁସି ଚାର୍ଜ ଦେବାକୁ ପଡ଼ିବନି

ନୂଆଦିଲ୍ଲୀ: ଜିଓରୁ ଅନ୍ୟ ନେଟଓ୍ୱର୍କକୁ କଲ୍ କଲେ ମିନିଟ୍ ପିଛା ୬ ପଇସା ଗ୍ରାହକଙ୍କୁ ଦେବାକୁ ପଡ଼ିବ। ୯ ତାରିଖ ଦିନ ଜିଓ ଏହି ଘୋଷଣା କରିଥିଲା। ଏହାପରେ ଗ୍ରାହକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା କେବେଠୁ ଏହି ନିୟମ ଲାଗୁ ହେବ। ଗତକାଲି ରିଲାଏନ୍ସ ଜିଓ ଟୁଇଟ୍ କରି ଏହି ପ୍ରଶ୍ନର ଜବାବ ଦେଇଛି। ଅକ୍ଟୋବର ୯ ଓ ତା ପୂର୍ବରୁ ଯେଉଁମାନେ ଅନ୍ ଲିମିଟେଡ୍ ଭଏସ୍ କଲ୍ ପ୍ୟାକ ରିଚାର୍ଜ କରିଛନ୍ତି ସେମାନଙ୍କ ଅବଧି ଶେଷ ହେବା ଯାଏ ଅନ୍ୟ ନେଟଓ୍ୱର୍କକୁ ଫ୍ରିରେ କଲ୍ କରିପାରିବେ ବୋଲି ଜିଓ କହିଛି।

ଜିଓର ୮୪ ଦିନର ପ୍ୟାକ ଅଧିକାଂଶ ବ୍ୟବହାର କରୁଛନ୍ତି। ହେଲେ ଯେଉଁମାନେ ବର୍ଷିକିଆ ପ୍ୟାକ ରିଚାର୍ଜ କରିଛନ୍ତି ସେମାନଙ୍କୁ ଆୟୁସି ଚାର୍ଜ କେବେଠୁ ଦେବାକୁ ହେବ ସେ ବାବଦରେ କୌଣସି ମତ ରଖି ନାହିଁ ଜିଓ।

ସୂଚନାଯୋଗ୍ୟ, ଟ୍ରାଇ ୨୦୧୭ରେ ଆଇୟୁସି (ଇଣ୍ଚରକନେକ୍ଟ ୟୁଜେସ ଚାର୍ଜ) ୧୪ ପଇସାରୁ ୬ ପଇସା କରିଥିଲା। ସେତେବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଆୟୁସି ମାଗଣା ହୋଇପାରେ ବୋଲି କହିଥିଲା।

ଦେଶର ଅନ୍ୟ ଟେଲିକମ କମ୍ପାନୀ ଏୟାରଟେଲ୍, ଭୋଡ଼ାଫୋନ୍-ଆଇଡିଆ ଏହି ଇଣ୍ଚରକନେକ୍ଟ ୟୁଜେସ ଚାର୍ଜ ଗ୍ରାହକଙ୍କ ପାଖରୁ ନେବେ ନାହିଁ ବୋଲି ଗତକାଲି ସ୍ପଷ୍ଟ କରିଛନ୍ତି।

ଜିଓ ପକ୍ଷରୁ ୯ ତାରିଖରେ ଆୟୁସି ଚାର୍ଜ ବାବଦରେ ଘୋଷଣା ହେବା ପରେ ଅନ୍ୟ ନେଟଓ୍ୱର୍କ ସହ କଥା ହେବା ପାଇଁ ଟପ୍ ଅପ ଘୋଷଣା କରିଛି। ୧୦ ଟଙ୍କାରେ ଅନ୍ୟ ନେଟୱର୍କକୁ ୧୨୪ ମିନିଟ୍‌ ପର୍ଯ୍ୟନ୍ତ କଲ୍ ଓ ଗୋଟିଏ ଜିବି ଡାଟା ମିଳିବ। ସେହିପରି ୨୦ ଟଙ୍କାରେ ୨୪୯ ମିନିଟ୍ ପର୍ଯ୍ୟନ୍ତ କଲ୍ ଓ ୨ ଜିବି ଡାଟା ମିଳିବ। ୫୦ ଟଙ୍କିଆ ରିଚାର୍ଜରେ ୬୫୬ ମିନିଟ୍‌ ପର୍ଯ୍ୟନ୍ତ କଲ୍ ଓ ୫ ଜିବି ଡାଟା ଓ ୧୦୦ ଟଙ୍କିଆ ରିଚାର୍ଜରେ ୧୩୬୨ ମିନିଟ୍ ପର୍ଯ୍ୟନ୍ତ ଅଲଗା ନେଟୱର୍କକୁ କଲ୍‌ ଓ ୧୦ ଜିବି ଡାଟା ସୁବିଧା ମିଳିବ।



from Odisha Reporter https://ift.tt/2MzZMOB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages