ଆଜି ଦୀପାବଳି: ମନେ ଅଛି ତ, କେତେଟାରୁ କେତେଟା ବାଣ ଫୁଟାଇପାରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 26, 2019

ଆଜି ଦୀପାବଳି: ମନେ ଅଛି ତ, କେତେଟାରୁ କେତେଟା ବାଣ ଫୁଟାଇପାରିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ଲୋକେ ସେମାନଙ୍କ ଘର ଗୁଡ଼ିକୁ ଲିଚୁ ମାଳ ଓ ବିଭିନ୍ନ ପ୍ରକାର ଲାଇଟ୍‌ରେ ସଜାଇଛନ୍ତି। ଏଥିସହ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ସୁନ୍ଦର ଆଲୋକମାଳାରେ ସଜାଯାଇଛି। ତେବେ ଦୁଇ ଦିନର ଲଗାଣ ବର୍ଷା ଯୋଗୁ ବାଣ ବ୍ୟବସାୟ ମାନ୍ଦା ପଡ଼ିଥିବା ବେଳେ ଗତକାଲିଠାରୁ ବାଣ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଭୁବନେଶ୍ୱରରେ ପ୍ରାୟ ୩୦୦ ଦୋକାନୀଙ୍କୁ ବାଣ ବିକ୍ରି କରିବା ପାଇଁ ଲାଇସେନ୍ସ ମିଳିଛି। ବାଣ ସହ ରଙ୍ଗ ବେରଙ୍ଗର ଲିଚୁ ମାଳ, ରାଇସ୍ ଲାଇଟ୍ ଓ ଏଲ୍ଇଡି ଷ୍ଟ୍ରିପ୍ କିଣିବା ପାଇଁ ମଧ୍ୟ ରାଜଧାନୀବାସୀଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି।

ଅନ୍ୟପକ୍ଷରେ ବାଣ ଫୁଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗାଇଡ୍ ଲାଇନ୍ ଜାରି କରାଯାଇଛି। କେବଳ ରାତି ୮ଟାରୁ ୧୦ଟା ଭିତରେ ବାଣ ଫୁଟାଇବାକୁ ଅନୁମତି ଦି‌ଆଯାଇଛି।  ୧୨୫ ଡେସିବଲ୍‌ରୁ ଅଧିକ ଶବ୍ଦ କରୁଥିବ ବାଣ ନ ଫୁଟାଇବାକୁ କୁହାଯାଇଛି। ତା’ସହିତ ଚାଇନା ବାଣ ଫୁଟାଇବା ଉପରେ ସଂପୂର୍ଣ୍ଣ ରୋକ୍ ଲାଗିଛି।



from Odisha Reporter https://ift.tt/2PkKUX5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages