ବାଣ ଫୁଟାଇବା ସମୟରେ ସତର୍କ ରୁହନ୍ତୁ; କ’ଣ କରିବେ ଓ କ’ଣ ନ କରିବେ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 26, 2019

ବାଣ ଫୁଟାଇବା ସମୟରେ ସତର୍କ ରୁହନ୍ତୁ; କ’ଣ କରିବେ ଓ କ’ଣ ନ କରିବେ, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇ ପଡ଼ିଛି।  ଦୀପାବଳିରେ ଲୋକେ ଦୀପ ଲଗାଇବା ସହ ବାଣ ମଧ୍ୟ ଫୁଟାଇଥା’ନ୍ତି। ତେବେ ବାଣ ଫୁଟାଇବା ସମୟରେ କିଛିଟା ଅସାବଧାନତା ଯୋଗୁ ଅଘଟଣ ମଧ୍ୟ ଘଟିଥାଏ। ତେଣୁ ବାଣ ଫୁଟାଇବା ବେଳେ କି କି ସତର୍କତା ଆପଣାଇବା ଦରକାର ବା କ’ଣ କରିବା ଓ କ’ଣ ନ କରିବା ଉଚିତ୍, ତାହା ଜାଣି ନିଅନ୍ତୁ।

  • ଖୋଲା ପଡ଼ିଆରେ ବାଣ ଫୁଟାନ୍ତୁ ।
  • ଅଧିକ ଶବ୍ଦ କରୁଥିବା ବାଣ ଫୁଟାନ୍ତୁ ନାହିଁ।
  • ପିଲାଙ୍କୁ ଏକୁଟିଆ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ।
  • ବାଣ ଫୁଟାଇବା ବେଳେ କଟନ୍‌ ପୋଷାକ ପରିଧାନ କରନ୍ତୁ।
  • ସିଲ୍‌କ ଓ ଟେରିକଟ୍ ପୋଷାକ ପିନ୍ଧନ୍ତୁ ନାହିଁ।
  • ବାଣକୁ ହାତରେ ନଧରି ନିରାପଦ ଦୂରତାରେ ରହି ଅଗ୍ନି ସଂଯୋଗ କରନ୍ତୁ।
  • ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥଳ ଓ ନିଷେଧ ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ।
  • ବାଣ ଫୁଟାଇବା ବେଳେ ପଶୁପକ୍ଷୀଙ୍କ ପ୍ରତି ଧ୍ୟାନ ଦିଅନ୍ତୁ।
  • ଫୁଟା ବାଣର ଅବଶେଷକୁ ପାଣିରେ ପକାଇ ଦିଅନ୍ତୁ।
  • ବାଣ ନଫୁଟିଲେ ତାକୁ ଆଉ ଥରେ ବ୍ୟବହାର କରନ୍ତୁ ନାହିଁ ବି ସେଥିରେ ଅଗ୍ନି ସଂଯୋଗ କରନ୍ତୁ ନାହିଁ।
  • ଜରୁରୀ ପରିସ୍ଥିତିରେ ପୁଲିସ୍ କିମ୍ବା ଦମକଳକୁ କଲ୍ କରନ୍ତୁ।


from Odisha Reporter https://ift.tt/31QUdAT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages