ଦେଶ ଭାଙ୍ଗୁଛି ଆରଏସଏସ୍‌, ବ୍ୟାନ୍‌ କରିବାକୁ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 15, 2019

ଦେଶ ଭାଙ୍ଗୁଛି ଆରଏସଏସ୍‌, ବ୍ୟାନ୍‌ କରିବାକୁ ଦାବି

ଚଣ୍ଡିଗଡ଼: ହିନ୍ଦୁବାଦ ବିଷୟରେ ଓକିଲାତି କରି ଦେଶକୁ ବିଭାଜନ କରିବାକୁ ଚେଷ୍ଟା କରୁଥିବା ଆରଏସ୍‌ଏସ୍‌କୁ ବ୍ୟାନ୍‌ କରିବା ପାଇଁ ଆଜି ଶିଖ୍‌ ସଂପ୍ରଦାୟର ପ୍ରସିଦ୍ଧ ସଂସ୍ଥା ଅକାଲ ତଖତ୍‌ ଦାବି କରିଛି। ଅକାଲ ତଖ୍‌ତ ମୁଖ୍ୟ ଗିଆନି ହରପ୍ରୀତ ସିଂହ କହିଛନ୍ତି, “ଯଦି ଦେଶରେ ଆରଏସ୍‌ଏସ୍‌କୁ ମୁକ୍ତ ଭାବେ କାର୍ଯ୍ୟ କରିବାକୁ ଦିଆଯାଏ, ତା’ହେଲେ ଏହା ଭାରତକୁ ଦୁଇ ଭାଗ କରିଦେବ। ତେଣୁ ଆରଏସ୍‌ଏସ୍‌କୁ ବ୍ୟାନ୍‌ କରିବା ଉଚିତ।

ଆରଏସ୍‌ଏସ୍‌ର ନେତାମାନେ ଯେଉଁଭଳି ବୟାନ ସବୁ ଦେଉଛନ୍ତି, ତାହା ଦେଶର ସ୍ୱାର୍ଥ ସାଧନ କରୁନାହିଁ। ବଂର ଦେଶରେ ଏକ ବିଭେଦତା ସୃଷ୍ଟି କରୁଛି। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବା ବେଳେ ଆରଏସ୍‌ଏସ୍‌ କେବଳ ଗୋଟିଏ ଧର୍ମକୁ ଗୁରୁତ୍ୱ ଦେଇ ଆସୁଛି। ଭାରତ କେବଳ ହିନ୍ଦୁଙ୍କର ବୋଲି ଆରଏସ୍‌ଏସ୍‌ ଓକିଲାତି କରୁଛି। ଆମେ ସମସ୍ତେ ଜାଣିଛୁ ବିଜେପି କେନ୍ଦ୍ରରେ କ୍ଷମତାରେ ରହିଛି। ଆରଏସ୍‌ଏସ ଆଦର୍ଶରେ ହିଁ ବିଜେପି କାର୍ଯ୍ୟ କରୁଛି। ହେଲେ ଏବେ କେନ୍ଦ୍ର ସରକାର ଏହି ବିଭାଜନକାରୀ ସଂସ୍ଥାକୁ ତୁରନ୍ତ ବ୍ୟାନ କରିବା ଦରକାର। ଆରଏସ୍ଏସ୍ ଦେଶକୁ କ୍ଷତି ପହଞ୍ଚାଉଛି। ଏହା ଦେଶକୁ ବରବାଦ କରିଦେବ।”

ଗତ ସପ୍ତାହରେ ମଧ୍ୟ ଅନ୍ୟତମ ଶିଖ ସଂପ୍ରଦାୟ ସଂଘ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି(ଏସ୍‌ଜିପିସି) ସଭାପତି ଗୋବିନ୍ଦ ସିଂହ ଲୋଙ୍ଗୱାଲା ମଧ୍ୟ ଆରଏସ୍‌ଏସ୍‌ ଖେଳୁଥିବା ହିନ୍ଦୁ କାର୍ଡକୁ ବିରୋଧ କରିଥିଲେ।

ଦଶହରା ଅବସରରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଭାରତ ଏକ ହିନ୍ଦୁ ରାଷ୍ଟ୍ର ବୋଲି ବୟାନ ଦେଇଥିବାରୁ ଏହାକୁ ସେ ବିରୋଧ କରିଥିଲେ। ଭାଗବତ କହିଥିଲେ, ଭାରତରେ ବସବାର କରୁଥିବା ସମସ୍ତ ନାଗରିକ ହିନ୍ଦୁ। କାରଣ ଭାରତ ହେଉଛି ଏକ ହିନ୍ଦୁ ରାଷ୍ଟ୍ର। ତେବେ ଏହାକୁ ଏସ୍‌ଜିପିସି ପ୍ରେସ ରିଲିଜ୍‌ ଜାରି କରି ତୀବ୍ର ବିରୋଧ କରିଥିଲା।



from Odisha Reporter https://ift.tt/2MhGbDI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages