କମିଲା ସୂଚନା କମିଶନରଙ୍କ କାର୍ଯ୍ୟକାଳ, କେନ୍ଦ୍ର ଜାରି କଲା ବିଜ୍ଞପ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 24, 2019

କମିଲା ସୂଚନା କମିଶନରଙ୍କ କାର୍ଯ୍ୟକାଳ, କେନ୍ଦ୍ର ଜାରି କଲା ବିଜ୍ଞପ୍ତି

  • ଜୁଲାଇଲେ ସଂଶୋଧିତ ସୂଚନା ଅଧିକାର ଆଇନ ସଂସଦରେ ପାରିତ ହୋଇଥିଲା
  • ସୂଚନା ଅଧିକାର ଆଇନ ୨୦୦୫ ଅନୁଯାୟୀ ସୂଚନା କମିଶନରଙ୍କ କାର୍ଯ୍ୟକାଳ ୫ ବର୍ଷ ଥିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ମୁଖ୍ୟ ସୂଚନା କମିଶନର ଏବଂ ସୂଚନା କମିଶନରଙ୍କ କାର୍ଯ୍ୟକାଳ କମାଇଛନ୍ତି। ୫ ବର୍ଷ ପରିବର୍ତ୍ତେ ୩ ବର୍ଷ କାର୍ଯ୍ୟକାଳ ହେବ ବୋଲି ଗତକାଲି କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ପ୍ରକାଶ କରିଛନ୍ତି। ଏହା ସହିତ ମୁଖ୍ୟ ସୂଚନା କମିଶନରଙ୍କୁ ସଚିବ ପାହ୍ୟା ଦିଆଯାଇଛି।

ସୂଚନାଯୋଗ୍ୟ, ଜୁଲାଇରେ ସଂସଦର ଉଭୟ ସଦନରେ ସଂଶୋଧିତ ସୂଚନା ଅଧିକାର ଆଇନ ୨୦୧୯ ପାରିତ ହୋଇଥିଲା। ଅଗଷ୍ଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଆଇନରେ ହସ୍ତାକ୍ଷର କରିଥିଲେ। ସଂଶୋଧିତ ବିଧେୟକରେ ସୂଚନା କମିଶନରଙ୍କ ରୋଜଗାର, ବେତନ, କାର୍ଯ୍ୟକାଳ ଓ ଅନ୍ୟ ନିୟମକୁ ଲାଗୁ କରିବାର ଅଧିକାର ସରକାରଙ୍କୁ ଦେବାକୁ ବିଲ୍‌ରେ ଉଲ୍ଲେଖ ରହିଛି।

ସୂଚନା ଅଧିକାର ଆଇନ ୨୦୦୫ ଅନୁଯାୟୀ ମୁଖ୍ୟ ସୂଚନା କମିଶନର ଏବଂ ସୂଚନା କମିଶନରଙ୍କ କାର୍ଯ୍ୟକାଳ ୫ ବର୍ଷ ଥିଲା। ଦେଶର ମୁଖ୍ୟ ନିର୍ବାଚନ କମିଶନଙ୍କ ସହ ଏହି ଦୁଇ ସୂଚନା କମିଶନରଙ୍କ ଦରମା ସମାନ ଥିଲା। ଏବେ ସଂଶୋଧିତ ଆଇନ ଅନୁୟାୟୀ ଦରମା କମିବ ବୋଲି ଅନୁମାନ କରାଯାଉଛି।

ନିକଟରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ମଦନ ଲୋକୁର କହିଥିଲେ, ‘ଆରଟିଆଇ ଆଇନରେ ପରିବର୍ତ୍ତନ, ଆଗାମୀ ଦିନରେ ଦେଶକୁ କ୍ଷତିରେ ପହଞ୍ଚାଇପାରେ। ଯେତେବେଳେ ଜଣଙ୍କର କାର୍ଯ୍ୟକାଳ ଏବଂ ଦରମା ବାବଦରେ ସ୍ପଷ୍ଟ ନହେବ ସେତେବେଳେ ସେ କାହିଁକି ସୂଚନା କମିଶନରେ ଯୋଗ ଦେବଲ?’

ଆରଟିଆଇ ଆଇନକୁ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ହେଲେ ଏହାକୁ ବିରୋଧ କରୁଛନ୍ତି ବିରୋଧୀ ସମେତ ଦେଶର ସାମାଜିକ କର୍ମୀ। ସଂସଦରେ ଏହି ବିଲ୍ ଉପରେ ଚର୍ଚ୍ଚା ହେବା ବେଳେ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ଯେ, ଏହି ବିଲ୍ ଜାତୀୟ ସୂଚନା କମିଶନରଙ୍କ ସ୍ୱାଧୀନତା ଉପରେ ବିପଦ ସୃଷ୍ଟି କରିବ। ସରକାର କିନ୍ତୁ ଭିନ୍ନ ମତ ରଖିଥିଲେ।



from Odisha Reporter https://ift.tt/2MOiUK1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages