ଗାଧୋଇବା ସମୟରେ ଏହିସବୁ ଭୁଲ୍‌ କରୁଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 24, 2019

ଗାଧୋଇବା ସମୟରେ ଏହିସବୁ ଭୁଲ୍‌ କରୁଛନ୍ତି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହାଯାଏ, ଦିନରେ ଦୁଇ ଥର ଗାଧୋଇଲେ ଭଲ। ଥରେ ସକାଳେ ଓ ଆଉ ଥରେ ରାତିରେ ଶୋଇବା ପୂର୍ବରୁ। ସକାଳେ ଗାଧୋଇ ସାରିଲା ପରେ ଫ୍ରେଶ୍ ଲାଗେ। ସେହିଭଳି ରାତିରେ ଗାଧୋଇଲେ ମଧ୍ୟ ଫ୍ରେଶ୍ ଲାଗେ ଓ ତା’ସହିତ ଭଲ ନିଦ ହୋଇଥାଏ। ଦୁଇ ଥର ଗାଧୋଇଲେ ତ୍ୱଚା ବି ସଫା ରହେ। ତେବେ ଗାଧୋଇବା ସମୟରେ କିଛି କିଛି କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ହୋଇଥାଏ। କାରଣ ଗାଧୋଇବା ବେଳେ ଲୋକେ କରୁଥିବା ଛୋଟ ଛୋଟ ଭୁଲ୍‌ ଯୋଗୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତା’ହେଲେ ଆସନ୍ତୁ ଜାଣିବା, ଗାଧୋଇବା ସମୟରେ କେଉଁ କଥାଗୁଡ଼ିକ ପ୍ରତି ଯତ୍ନବାନ ହେବା ଆବଶ୍ୟକ।

୧. ଥଣ୍ଡା ପାଣି ଅପେକ୍ଷା ଗରମ ପାଣିରେ ଗାଧୋଇବା ତ୍ୱଚା ପାଇଁ ବହୁତ ଭଲ। ବିଶେଷ କରି ଶୀତ ଦିନେ ଗରମ ପାଣିରେ ଗାଧାନ୍ତୁ। କିନ୍ତୁ ଗରମ ପାଣିରେ ଅଧିକ ସମୟ ଗାଧାନ୍ତୁ ନାହିଁ। ଏହାଦ୍ୱାରା ତ୍ୱଚାରେ ଥିବା ଆବଶ୍ୟକୀୟ ଗ୍ରୀସ୍‌ ବା ତୈଳ ଅଂଶ ନଷ୍ଟ ହୋଇଯାଇଥାଏ। ଏପରି ହେଲେ ତ୍ୱଚା ଲାଲ୍‌ ପଡ଼ିବା ସହିତ କୁଣ୍ଡାଇ ହୋଇଥାଏ।

୨. ଅଧିକ ସାବୁନ ଲଗାନ୍ତୁ ନାହିଁ। ଏହା ଦ୍ୱାରା ତ୍ୱଚା ଶୁଖିଯାଏ ଅବା ଶୁଷ୍କ ହୋଇଯାଏ। ସେହିପରି ପରଫ୍ୟୁମ୍ ଯୁକ୍ତ ସାବୁନ୍‌ ବ୍ୟବହାର କରନ୍ତୁ ନାହିଁ।

୩. ଅନେକ ଲୋକ ମୁଣ୍ଡରେ କଣ୍ଡିସନର୍‌ ବ୍ୟବହାର କରନ୍ତି। ତେବେ ଏହାକୁ ଠିକ୍ ଭାବେ ନ ଧୋଇଲେ ଏହା ପିଠିର ତ୍ୱଚା ସଂସ୍ପର୍ଶରେ ଆସିଥାଏ ଓ ଏହାକୁ କ୍ଷତି ପହଞ୍ଚାଇଥାଏ। କଣ୍ଡିସନର୍ ସଂସ୍ପର୍ଶରେ ଆସିବା ଯୋଗୁ ପିଠିର ତ୍ୱଚା ଲାଲ୍‌ ପଡ଼ିବା ସହିତ ଏଥିରେ ବ୍ରଣ ଭଳି ସମସ୍ୟା ଦେଖା ଦେଇଥାଏ।

୪. ଗରମ ପାଣିରେ ଗାଧୋଇବା ପରେ ତ୍ୱଚାକୁ ସମ୍ପୂର୍ଣ୍ଣ ପୋଛନ୍ତୁ ନାହିଁ। ହାଲ୍‌କା ହାଲ୍‌କା ପୋଛି ସାରିବା ପରେ ଏଥିରେ ମଶ୍ଚ୍ୟୁରାଇଜର ଲଗାନ୍ତୁ। ଏପରି କଲେ ଆପଣଙ୍କ ସ୍କିନ୍ ଡ୍ରାଏ ହେବ ନାହିଁ ଏବଂ କୁଣ୍ଡାଇ ହେବ ନାହିଁ।

୫. ଶାୱାର ବନ୍ଦ ହେବା ପରେ ସେଥିରୁ ପାଣି ଲିକ୍‌ ହେଲେ ସେଥିରେ ବ୍ୟାକ୍ଟେରିଆ ବଢ଼ିଥା’ନ୍ତି। ଏହି ବ୍ୟାକ୍ଟେରିଆଙ୍କ ଯୋଗୁ ତ୍ୱଚାରେ ଫଙ୍ଗଲ୍‌ ଇନ୍‌ଫେକ୍‌ସନ୍‌ ଭଳି ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ ଗାଧୋଇବା ପରେ ସର୍ବଦା ଶାୱାରକୁ ଭଲ ଭାବରେ ବନ୍ଦ କରନ୍ତୁ।

 



from Odisha Reporter https://ift.tt/2BJCtNg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages