‘ଧୂମ୍-୪’ରେ ଅକ୍ଷୟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 30, 2019

‘ଧୂମ୍-୪’ରେ ଅକ୍ଷୟ !

ମୁମ୍ବାଇ: ୟଶ୍‌ରାଜ୍ ବ୍ୟାନର୍‌ରେ ନିର୍ମିତ ଆକ୍ସନ୍ ଥ୍ରୀଲର୍ ‘ଧୂମ୍‌ ସିରିଜ୍‌’ର ଚତୁର୍ଥ ଫିଲ୍ମ ତିଆରି ହେବ। ଅନେକ ଦିନ ହେବ ଏହି ଫିଲ୍ମ ଓ ଏହାର ଷ୍ଟାରକାଷ୍ଟକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଫିଲ୍ମରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ହେଉଛି ଖଳନାୟକ। ‘ଧୂମ୍’ରେ ଜନ୍‌ ଆବ୍ରାହମ୍‌, ‘ଧୂମ୍-୨’ରେ ହ୍ରିତିକ୍‌ ରୋଶନ୍ ଓ ‘ଧୂମ୍-୩’ରେ ଆମୀର ଖାନ୍‌ ଏହି ଭୂମିକାରେ ଅଭିନୟ କରିଥିଲେ। ଆଉ ଏବେ ଏହି ଆଇକନିକ୍‌ ରୋଲ୍‌ କରିବେ ‘ଖିଲାଡ଼ୀ କୁମାର’ ଅକ୍ଷୟ। ତେବେ ପୂର୍ବଥର ଗୁଡ଼ିକ ଅପେକ୍ଷା ଏଥର ଏହି ଚରିତ୍ର ଟିକେ ଅଲଗା ରହିବ ବୋଲି ଜଣାପଡ଼ିଛି।

View this post on Instagram

#MondayBlues 💙

A post shared by Akshay Kumar (@akshaykumar) on

ସୂଚନା ଅନୁଯାୟୀ, ‘ଧୂମ୍-୪’ରେ ଅକ୍ଷୟଙ୍କୁ ନେବାକୁ ନିର୍ମାତା ଆଦିତ୍ୟ ଚୋପ୍ରା ଫାଇନାଲ୍ କରି ସାରିଛନ୍ତି।  ଫିଲ୍ମ ‘୨.୦’ରେ ଭିଲେନ୍‌ ରୋଲ୍‌ରେ ଅକ୍ଷୟଙ୍କ ଜବରଦସ୍ତ ଅଭିନୟ ଦେଖିବା ପରେ ଆଦିତ୍ୟ ତାଙ୍କୁ ଏହି ଫିଲ୍ମରେ ନେବାକୁ ସ୍ଥିର କରିଥିଲେ।

‘ଧୂମ୍‌-୪’ରେ ଅକ୍ଷୟ କୁମାର ଜଣେ ଅଣ୍ଡରୱାର୍ଲ୍ଡ ଡନ୍‌ ଭୂମିକାରେ ଅଭିନୟ କରିବେ। ଯଦି ସବୁ କିଛି ଠିକ୍‌ ରହେ, ତା’ହେଲେ ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାତା ଫିଲ୍ମର ଲିଡ୍‌ କ୍ୟାରେକ୍ଟର୍ ଓ ସମସ୍ତ ଷ୍ଟାର୍ କାଷ୍ଟ୍‌ଙ୍କ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଦେବେ। ତେବେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏନେଇ ଏଯାଏ କିଛି ସୂଚନା ଦିଆଯାଇ ନାହିଁ।

ସୂଚନାଯୋଗ୍ୟ, ୟଶରାଜ୍ ବ୍ୟାନର୍‌ରେ ତିଆରି ହେଉଥିବା ଫିଲ୍ମ ‘ପୃଥ୍ୱୀରାଜ୍’ରେ ଅକ୍ଷୟ ଲିଡ୍ ରୋଲ୍‌ରେ ଅଛନ୍ତି। ଏହା ଆସନ୍ତା ବର୍ଷ ଦୀପାବଳିରେ ରିଲିଜ୍ ହୋଇପାରେ। ଏହା ବ୍ୟତୀତ  ‘ଲକ୍ଷ୍ମୀ ବମ୍ବ୍’, ‘ଗୁଡ୍‌ ନ୍ୟୁଜ୍’, ‘ସୂର୍ଯ୍ୟବଂଶୀ’ ଓ ‘ବଚ୍ଚନ ପାଣ୍ଡେ’ ଭଳି ଫିଲ୍ମ ତାଙ୍କ ହାତରେ ରହିଛି।

 



from Odisha Reporter https://ift.tt/2pfJtij

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages