ବ୍ରହ୍ମପୁର(ଜଗନ୍ନାଥ ସାହୁ) : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ନୂଆପଡ଼ାରେ ପିଲାଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ୍ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଭ୍ୟାନ୍ଟି ଭାରସାମ୍ୟ ହରାଇ ପୋଖରୀରେ ପଶି ଯିବାରୁ ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି । ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ସମୟରେ ଭ୍ୟାନ୍ରେ ୨୦ରୁ ଊର୍ଦ୍ଧ୍ୱ ପିଲା ଥିବା ବେଳେ ଅନ୍ୟ ଆହତମାନଙ୍କୁ ନୂଆପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ଭ୍ୟାନ୍ ଡ୍ରାଇଭର ମଧ୍ୟ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ସକାଳେ ଏକ ଟାଟା ମ୍ୟାଜିକ ଗାଡ଼ି ନୂଆପଡ଼ାସ୍ଥିତ ମାର୍ଗଦର୍ଶୀ ଘରୋଇ ସ୍କୁଲ ଅଭିମୁଖେ ଯାଉଥିଲା। ମାତ୍ର ନୂଆପଡ଼ା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ପୋଖରୀରେ ପଶି ଯିବା ସହ ଓଲଟି ପଡ଼ିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପିଲାମାନଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ନୂଆପଡ଼ା ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।
from Odisha Reporter https://ift.tt/2WmvVxw
No comments:
Post a Comment