ବ୍ୟାପୁଛି ଚକଡ଼ା, ଚିନ୍ତାରେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 18, 2019

ବ୍ୟାପୁଛି ଚକଡ଼ା, ଚିନ୍ତାରେ ଚାଷୀ

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଗୋଟିଏ ପରେ ଗୋଟିଏ ଜମିକୁ ମାଡ଼ିବାରେ ଲାଗିଛି ଚକଡ଼ା ପୋକ। ପୋକ ଦମନ ଲାଗି ପ୍ରୟୋଗ ହେଉଥିବା ଔଷଧ ବି କାମ ଦେଉ ନାହିଁ। ଅନ୍ୟପକ୍ଷରେ ଜିଲ୍ଲା କୃଷି ଅଧିକାରୀ କେବଳ ପରାମର୍ଶ ଦେଇ ନିଜ କାମ ସାରି ଦେଇଛନ୍ତି। ଫଳରେ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ଚାଷୀ। ତୁରନ୍ତ ପ୍ରତିକାର ବ୍ୟବସ୍ଥା କରା ନ ଗଲେ ସର୍ବସ୍ୱାନ୍ତ ହୋଇଯିବା ନିଶ୍ଚିତ ବୋଲି ଚାଷୀମାନେ କହିଛନ୍ତି। ଏଭଳି ସ୍ଥିତି ଦେଖା ଦେଇଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ।

ଟିଟିଲାଗଡ଼ ବ୍ଲକ୍‌ର ଶଗଡ଼ଘାଟ, ଲୁଥୁରବନ୍ଦ, ବାଞ୍ଜିଝାଲ ଓ ବାନ୍ଦୁପଲା ଅଞ୍ଚଳରେ ଶହ ଶହ ହେକ୍ଟର ଧାନ ଜମିରେ ଚକଡ଼ା ପୋକ ଓ ଗୁଣ୍ଡି ପୋକ ଲାଗି ଯାଇଛନ୍ତି। ଚକଡ଼ା ପୋକର ପ୍ରାଦୁର୍ଭାବରେ ଛନଛନିଆ ସବୁଜ ଧାନ ଗଛ ଗୁଡ଼ିକ ଏବେ ଲାଲ୍‌ ଦେଖାଯାଉଛି। ଅଧିକାଂଶ ଜମିରେ ଧାନ ଗଛ ମରି ମଧ୍ୟ ଗଲାଣି।

ପୋକ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଚାଷୀମାନେ ଔଷଧ ପକାଉଛନ୍ତି। ହେଲେ କିଛି କାମ ଦେଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଜଣେ ଚାଷୀ କହିଛନ୍ତି, ‘‘ବର୍ଷା ଯୋଗୁ ଏଥର ତଳି ପକାଇବାରେ ବିଳମ୍ବ ହେଲା। ତେବେ ଯେନତେନ ଉପାୟରେ ଚାଷ କଲୁ। ଏବେ ଧାନରେ ଫୁଲ ଧରିବା ସମୟରେ ଚକଡ଼ା ପୋକ ଲାଗିଗଲେ। ଔଷଧ ଦେଲେ ମଧ୍ୟ କିଛି ଲାଭ ମିଳୁନାହିଁ। ଚକଡ଼ା ପୋକ ଲାଗିବା ଯୋଗୁ ଧାନକ୍ଷେତ ଗୁଡ଼ିକ ଲାଲ୍ ଦେଖା ଗଲାଣି। ଅନେକ ଜମିରେ ଗଛ ମରି ସାରିଲାଣି।”

ଏନେଇ ଟିଟିଲାଗଡ଼ କୃଷି ଜିଲ୍ଲା ଅଧିକାରୀ ବାଳକୃଷ୍ଣ ଗୌଡ଼ କହିଛନ୍ତି, “ଧାନକ୍ଷେତରେ ଚକଡ଼ା ପୋକ ଲାଗିଥିବା ନେଇ ଆମେ ଅବଗତ ଅଛୁ। ଏହାର ନିୟନ୍ତ୍ରଣ ପାଇଁ ଚାଷୀମାନଙ୍କୁ ସଚେତନ କରାଯାଉଛି।”

ସେ ଆହୁରି କହିଛନ୍ତି, “ଧାନ ଗଛରେ ଚକଡ଼ା ପୋକ ଲାଗିଲେ ଚାଷୀମାନେ ୬ରୁ ୮ ଫୁଟ୍‌ ଅନ୍ତରରେ ପାହି କରନ୍ତୁ। ଫଳରେ ସୂର୍ଯ୍ୟକିରଣ ଠିକ୍‌ ଭାବରେ ପଡ଼ିବ ଓ ଏହାସହ ପବନ ଚଳାଚଳ ମଧ୍ୟ ଠିକ୍ ହେବ। ଏହାଦ୍ୱାରା ଧାନ ଗଛରେ ପୋକ ଲାଗିବା କମ୍‌ ହୋଇଯିବ। ତା’ପରେ ପୋକମରା ଔଷଧ ପ୍ରୟୋଗ କରିବେ। ଚଳିତ ବର୍ଷ ରିହାତି ଦରରେ ପୋକମରା ଔଷଧ ଯୋଗାଇ ଦେବାରେ ବ୍ୟବସ୍ଥା କରାଯାଇଛି।”

ଅନ୍ୟପକ୍ଷରେ ଔଷଧ କାମ ଦେଉ ନଥିବା ବେଳେ ଚକଡ଼ା କବଳରେ ଫସଲ ଉଜୁଡ଼ି ଯାଉଥିବାରୁ ଚାଷୀମାନେ ଋଣ କିପରି ସୁଝିବେ ଏବେ ସେହି ଚିନ୍ତାରେ ମଧ୍ୟ ଅଛନ୍ତି। ସେମାନଙ୍କ ପାଇଁ ସରକାରୀ ସହାୟତା ଶେଷ ଆଶା ବୋଲି ଜଣେ ଚାଷୀ କହିଛନ୍ତି।



from Odisha Reporter https://ift.tt/31s3CyB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages