ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ମଣ୍ଡଳ କାରାଗାର ଅନ୍ତେବାସୀଙ୍କ ଦ୍ୱାରା ନିର୍ମିତ ହସ୍ତତନ୍ତ ସାମଗ୍ରୀକୁ ହ୍ୟାଣ୍ଡଲୁମ୍ ମାର୍କ ମିଳିଛି। ଏହା ଫଳରେ ଜେଲର ଅନ୍ତେବାସୀଙ୍କ ଦ୍ୱାରା ନିର୍ମିତ ସାମଗ୍ରୀ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହୋଇପାରିବ। ପୂର୍ବରୁ ଜେଲ୍ ପରିସରରେ କେବଳ ଜେଲ୍ ଅନ୍ତେବାସୀଙ୍କ ଦ୍ୱାରା ନିର୍ମିତ ସାମଗ୍ରୀ ବିକ୍ରି ହେଉଥିବା ବେଳେ ଏବେ ଏହାକୁ ଆହୁରି ବଡ଼ ବଜାର ମିଳିବ।
ଓରମାସ ସହାୟତାରେ ଏହାକୁ ବାହାରକୁ ପଠାଯିବ। ଏହାଦ୍ୱାରା ଅନ୍ତେବାସୀମାନେ କିଛି ଅର୍ଥ ରୋଜଗାର କରିବା ସହ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାକୁ ସେମାନଙ୍କର ଆଗ୍ରହ ବଢିବ ବୋଲି ଜେଲ୍ ସୁପରିଟେଣ୍ଡେଣ୍ଟ କହିଛନ୍ତି।
from Odisha Reporter https://ift.tt/2BrLrOZ
No comments:
Post a Comment