ନୂଆଦିଲ୍ଲୀ: ଦେଶରେ ଥିବା ମସଜିଦରେ ମହିଳାମାନେ ପ୍ରବେଶ କରିବା ନେଇ କେନ୍ଦ୍ର ସରକାରଙ୍କ ମତାମତ ମାଗିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମତାମତ ମାଗିଛନ୍ତି। ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ ଏବଂ ଜଷ୍ଟିସ ଏସ ଏ ନଜିର ମଧ୍ୟ ଏହି ଖଣ୍ଡପୀଠରେ ସାମିଲ୍ ଅଛନ୍ତି। ନଭେମ୍ବର ୫ରେ ଏହି ମାମଲାର ପରବର୍ତୀ ଶୁଣାଣି ରହିଛି।
ଜସମିନ ଜୁବେର ଅହମଦ ପିରଜାଦେଙ୍କ ତରଫରୁ ଏ ନେଇ ସୁପ୍ରିମକୋର୍ଟରେ ଜନ ସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଯେଉଁଥିରେ ଉଲ୍ଲେଖ ରହିଛି ମହିଳାମାନଙ୍କୁ ମସଜିଦରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଉ। ଏଥିପାଇଁ କେନ୍ଦ୍ର ସରକାର ଏବଂ ମୁସିଲମ ବୋର୍ଡମାନଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ସୂଚନାଯୋଗ୍ୟ, ମସଜିଦରେ ମହିଳାଙ୍କ ପ୍ରବେଶ ଉପରେ ବାରଣ ରହିଛି।
from Odisha Reporter https://ift.tt/2Pe2r3k
No comments:
Post a Comment