ରାଉରକେଲା(ଓଡ଼ିଶା ରିପୋର୍ଟର): ଜିଏସ୍ଟି ଫାଙ୍କିବା ଅଭିଯୋଗରେ ରାଉରକେଲା ସହରର ତିନୋଟି ସ୍ଥାନରେ ଆଜି ଚଢ଼ଉ କରାଯାଇଛି। ରାଉରକେଲା-ଝାରୁସୁଗୁଡ଼ା-ସମ୍ବଲପୁର ଜିଏସଟି ଏନ୍ଫୋର୍ସମେଣ୍ଟ୍ ଟିମ୍ର ମିଳିତ ଉଦ୍ୟମରେ ସହରର ଉଦିତ ନଗର, ଛେଣ୍ଡ ଓ ସିଭିଲ୍ ଟାଉନସିପ୍ ଆଦି ସ୍ଥାନରେ ଏହି ଚଢ଼ଉ କରାଯାଇଥିଲା।
ଏହି ଘଟଣାରେ ତିନି ଜଣଙ୍କୁ ଅଟକ ରଖାଯାଇଛି। ରାଉରକେଲା ସରକାରୀ ହସ୍ପିଟାଲରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।
from Odisha Reporter https://ift.tt/33YuoQK
No comments:
Post a Comment