ଚିଦାମ୍ୱରମ ବାପ ପୁଅଙ୍କୁ ଲାଞ୍ଚ ଦେଇଥିଲି: ଇନ୍ଦ୍ରାଣି ମୁଖାର୍ଜୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 18, 2019

ଚିଦାମ୍ୱରମ ବାପ ପୁଅଙ୍କୁ ଲାଞ୍ଚ ଦେଇଥିଲି: ଇନ୍ଦ୍ରାଣି ମୁଖାର୍ଜୀ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆର ପୂର୍ବତନ ମାଲିକ ଇନ୍ଦ୍ରାଣୀ ମୁଖାର୍ଜୀ କହିଛନ୍ତି, କମ୍ପାନୀରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ଚିଦାମ୍ୱରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ୱରମଙ୍କୁ ସେ ବିଦେଶରେ ୫୦ ଲକ୍ଷ ଡଲାର ଲାଞ୍ଚ ଦେଇଥିଲେ। ସିଙ୍ଗାପୁର, ମରିଶସ, ବରମୁଡା, ଇଂଲଣ୍ଡ ଏବଂ ସ୍ୱିଜରଲ୍ୟାଣ୍ଡରେ ସେ ଏହି ଟଙ୍କା ଦେଇଥିଲେ ବୋଲି କହିଛନ୍ତି। ୨୦୦୭ ମସିହାରେ ଲାଞ୍ଚ ଦେବା ପାଇଁ ଚିଦାମ୍ୱରମଙ୍କୁ ଭେଟିଥିଲେ ବୋଲି ଇନ୍ଦ୍ରାଣୀ କହିଛନ୍ତି। ସେତେବେଳେ ଚିଦାମ୍ୱରମ ଦେଶର ଅର୍ଥମନ୍ତ୍ରୀ ଥିଲେ।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଗତକାଲି ଚାର୍ଜଶିଟ୍‌ ଦାଖଲ କରିଛି। ଯେଉଁଥିରେ ସେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଏହି ମନ୍ତବ୍ୟକୁ ଉଦ୍ଦୃତ କରିଛି। ବିଦେଶରେ ଏହି ମାମଲା ହୋଇଥିବାରୁ ତଦନ୍ତ ପାଇଁ ଅନୁମତି ମଗାଯାଇଛି ବୋଲି ସିବିଆଇ ଚାର୍ଜଶିଟରେ ଉଲ୍ଲେଖ କରିଛି। ସିବିଆଇ ୪ କମ୍ପାନୀ ଏବଂ ୮ ଲୋକଙ୍କ ବିରୋଧରେ ଆରୋପ ପତ୍ର ଦାଖଲ କରିଛି।

ଏହି ଦୁର୍ନୀତି ମାମଲାରେ ଇନ୍ଦ୍ରାଣୀ ରାଜସାକ୍ଷୀ ହୋଇଥିବାରୁ ତାଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ ଦାଖଲ କରିନଥିବା ଜଣାପଡ଼ିଛି। ଇନ୍ଦ୍ରାଣି ମୁଖାର୍ଜୀ ଏବେ ଝିଅ ଶୀନା ବୋରା ହତ୍ୟାକାଣ୍ଡ ମାମଲାରେ ମୁମ୍ୱାଇର ଏକ ଜେଲରେ ଅଛନ୍ତି।

ଗତକାଲି ସିବିଆଇ ଏହି ଦୁର୍ନୀତି ମାମଲାରେ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ସମେତ୧୩ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ଯେଉଁଥିରେ ଚିଦାମ୍ୱରମରଙ୍କ ପୁଅ କାର୍ତ୍ତି ଚିଦାମ୍ବରମ, ଭାସ୍କର (କାର୍ତ୍ତିଙ୍କ ସହଯୋଗୀ), ପିଟର ମୁଖାର୍ଜୀ (ଇନ୍ଦ୍ରାଣି ମୁଖାର୍ଜୀଙ୍କ ସ୍ୱାମୀ), ପୂର୍ବତନ ନୀତି ଆୟୋଗ ସିଇଓ ସିନ୍ଧୁଶ୍ରୀ ଖୁଲାର, ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ ଅଫିସର ଅନୁପ ପୂଜାରୀ, ପୂର୍ବତନ ଉପ ସଚିବ ରବୀନ୍ଦ୍ର ପ୍ରସାଦ ଓ ପୂର୍ବତନ ନିର୍ଦ୍ଦେଶକ ପ୍ରବୋଧ ସକ୍ସେନାଙ୍କ ଭଳି ବ୍ୟକ୍ତିବିଶେଷ ରହିଛନ୍ତି।



from Odisha Reporter https://ift.tt/35QkcLN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages