ଗୁରୁବାର ଠାରୁ ଜମ୍ମୁ-କଶ୍ମୀରକୁ ଯାଇ ପାରିବେ ପର୍ଯ୍ୟଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 7, 2019

ଗୁରୁବାର ଠାରୁ ଜମ୍ମୁ-କଶ୍ମୀରକୁ ଯାଇ ପାରିବେ ପର୍ଯ୍ୟଟକ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପର୍ଯ୍ୟଟକଙ୍କ ଯାତାୟାତ ଉପରେ କଟକଣାକୁ ସୋମବାର ପ୍ରଶାସନ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି। ଅର୍ଥାତ ଆସନ୍ତା ଗୁରୁବାର ଠାରୁ ପର୍ଯ୍ୟଟକମାନେ ଚାହିଁଲେ ଜମ୍ମୁ-କଶ୍ମୀର ଗସ୍ତ କରିପାରିବେ। ଜମ୍ମୁ-କଶ୍ମୀରରୁ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା। ଇତି ମଧ୍ୟରେ ଏହାକୁ ୨ ମାସ ବିତି ସାରିଲାଣି। ୩୭୦ ଉଚ୍ଛେଦକୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଗଷ୍ଟ ୨ରୁ ଜମ୍ମୁ-କଶ୍ମୀରର ପର୍ଯ୍ୟଟକମାନଙ୍କ ପାଇଁ ସୁରକ୍ଷା ନିର୍ଦ୍ଦେଶନାମା ଜାରି କରିଥିଲା। ଏଥିସହ ସେମାନଙ୍କୁ ତୁରନ୍ତ ଉପତ୍ୟକା ଛାଡ଼ିବାକୁ କୁହାଯାଇଥିଲା।

ସୋମବାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି। ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ସୋମବାର ଜମ୍ମୁ-କଶ୍ମୀର ମୁଖ୍ୟ ଶାସନ ସଚିବ ଓ ପରାମର୍ଶଦାତାଙ୍କ ସହ ବୈଠକ କରିଥିଲେ। ଉପତ୍ୟକାର ସୁରକ୍ଷା ବ୍ୟବସ୍ଥାକୁ ଏହି ବୈଠକରେ ସମୀକ୍ଷା କରାଯାଇଥିଲା। ଏହାପରେ ସେ ପର୍ଯ୍ୟଟକଙ୍କ ଉପରେ ଲାଗିଥିବା କଟକଣାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୪ ତାରିଖରେ ଜମ୍ମୁ-କଶ୍ମୀର ବ୍ଲକ ବିକାଶ ପରିଷଦ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟପାଳ ମଲ୍ଲିକ ବିଭିନ୍ନ ଦଳର ପ୍ରତିନିଧିମାନଙ୍କୁ ଗୃହବନ୍ଦୀ ହୋଇ ରହିଥିବା ସେମାନଙ୍କ ହାଇକମାଣ୍ଡଙ୍କୁ ଭେଟିବାକୁ ଅନୁମତି ମଧ୍ୟ ଦେଇଛନ୍ତି।

ଏହାଦ୍ୱାରା ହାଇକମାଣ୍ଡଙ୍କ ଅନୁମତି କ୍ରମେ ଉକ୍ତ ଦଳ ନିର୍ବାଚନରେ ପ୍ରାର୍ଥୀ ଦେଇପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅଗଷ୍ଟ ୫ରୁ ପ୍ରତିଦିନ ବରିଷ୍ଠ ଅଧିକାରୀଙ୍କ ସହ ସନ୍ଧ୍ୟା ୬ଟାରୁ ୮ଟା ଯାଏ ଜମ୍ମୁ-କଶ୍ମୀର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି।

ବୈଠକ ପରେ ଜଣେ ଅଧିକାରୀ କହିଛନ୍ତି, ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣା ଧୀରେଧୀରେ ପ୍ରତ୍ୟାହାର କରାଯାଉଛି। ଏହି ୨ ମାସ ମଧ୍ୟରେ ପ୍ରାୟ ଅଧିକାଂଶ ସ୍ଥାନରୁ ପ୍ରଶାସନ ପକ୍ଷରୁ କଟକଣା ଉଠାଇ ଦିଆଯାଇଛି।

ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ୱାଭାବିକ କରିବାକୁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି। ଏଥିପାଇଁ ପର୍ଯ୍ୟଟକମାନଙ୍କ ଉପରେ ଲାଗୁ ହୋଇଥିବା କଟକଣାକୁ ପ୍ରତ୍ୟାହାର କରାଯାଇଛି। ସେହିପରି ପ୍ରତି ଜିଲ୍ଲାରେ ୨୫ଟି ଲେଖାଏ ଇଣ୍ଟରନେଟ୍ କିଓସ୍କୋ ଖୋଲାଯିବ। ଏହାଦ୍ୱାରା ସାଧାରଣ ଲୋକ ଓ ସରକାରୀ ଅଧିକାରୀମାନେ ଇଣ୍ଟରନେଟ୍‌ର ବ୍ୟବହାର କରିପାରିବେ। ଖାଲି ସେତିକି ନୁହେଁ, ସରକାରୀ ଅଫିସରେ ଉପସ୍ଥାପନ କେମିତି ଅଧିକ ରହିବ, ତା’ର ବ୍ୟବସ୍ଥା କରିବାକୁ ମଧ୍ୟ ରାଜ୍ୟପାଳ ପ୍ରଶାସନିକ ଅଧିକାରୀଙ୍କୁ କହିଥିବା ସେ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2ARRT1j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages