‘ଇମ୍ରାନ ସରକାର ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 7, 2019

‘ଇମ୍ରାନ ସରକାର ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ’

ନୂଆଦିଲ୍ଲୀ: ଟେରର ଫଣ୍ଡିଂ ମାମଲା ଏବଂ ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ଯାହା ବି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାର ଦେଖାଯାଇଛି ତାହା ସମ୍ପୂର୍ଣ୍ଣ ଲୋକଦେଖାଣିଆ ବୋଲି ଜଣାପଡ଼ିଛି। ଆଜି ଫିନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ଟେରର ଫଣ୍ଡିଂ ମାମଲାରେ ପାକିସ୍ତାନ ବିରୋଧରେ ଏଭଳି ବର୍ଷିଛି। ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍ ସୟିଦ୍ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ଏବଂ ଜାମ୍ମାତ୍-ଉଦ୍-ଦାଓ୍ୱା ବିରୋଧରେ ଇମ୍ରାନ୍ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଏଫଏଟିଏଫ୍‌ କହିଛି।

ଏଫଏଟିଏଫର ଏହି ରିପୋର୍ଟ ତାର ଏସିଆ-ପ୍ରଶାନ୍ତ ସମୂହ (ଏପିଜି)ର ରିପୋର୍ଟ ଉପରେ ଆଧାରିତ। ଅଗଷ୍ଟ ୨୩ରେ ଏପିଜି ମଧ୍ୟ ସମାନ କଥା କହିଥିଲା। ଗତବର୍ଷ ମଧ୍ୟ ଏଫଏଟିଏଫ ପାକିସ୍ତାନକୁ ଏହି ସଂକ୍ରାନ୍ତରେ ‘ଗ୍ରେ ଲିଷ୍ଟ’ରେ ରଖିଥିଲା। ଏହାପରେ ଚଳିତବର୍ଷ ଜାନୁଆରୀରେ ଚେତାବନୀ ଦେଇଥିଲା କୌଣସି କାର୍ଯ୍ୟାନୁଷ୍ଠାନ ନନେଲେ କଳା ତାଲିକାଭୁକ୍ତ କରିବ ବୋଲି ଚେତାବନୀ ଦେଇଥିଲା। ଯଦିଓ ଏବେ କଳାତାଲିକା ଭୁକ୍ତ ପାକିସ୍ତାନ ହୋଇଛି କି ନାହିଁ ଏଫଏଟିଏଫ ତରଫରୁ ରିପୋର୍ଟ ଆସିନାହିଁ; ତଥାପି କଳା ତାଲିକାଭୁକ୍ତ ହେବା ଏକ ପ୍ରକାର ଥୟ।

ଅଗଷ୍ଟରେ ଅଷ୍ଟ୍ରେଲିଆର ରାଜଧାନୀ କେନବରାରେ ଏଫଟିଏଫ ଏପିଜିର ବୈଠକ ବସିଥିଲା। ଦୁଇ ଦିନ ଧରି ବସିଥିବା ଏହି ବୈଠକରେ ସାତ ଘଣ୍ଟା ପାଖାପାଖି ପାକିସ୍ତାନର ଟେରର ଫଣ୍ଡିଂ ମାମଲାରେ ଆଲୋଚନା ହୋଇଥିଲା। ହେଲେ ଏପିଜିର ୪୧ ଜଣିଆ ସଦସ୍ୟଙ୍କୁ ପାକିସ୍ତାନ ପକ୍ଷରୁ ଉପସ୍ଥିତ ଥିବା ୧୦ ଜଣିଆ ସଦସ୍ୟ ସନ୍ତୋଷ କରି ପାରିନଥିଲେ। ଟେରର ଫଣ୍ଡି ମାମଲାରେ ୪୦ଟିରୁ ୩୨ଟି ନିୟମ ପାକିସ୍ତାନ ପାଳନ କରିବାରେ ବିଫଳ ହୋଇଛି। ତେଣୁ ପାକିସ୍ତାନ ଉପରେ ଅସନ୍ତୋଷ ପ୍ରକାଶ କରି ଏପିଜେ କଳାତାଲିକା ଭୁକ୍ତ କରିଥିଲା।

ଖବର ସରବରାହ ସଂସ୍ଥା ଏଏନଆଇର ପୂର୍ବ ରିପୋର୍ଟ ଅନୁଯାୟୀ ୧ ଜୁଲାଇରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ବିରୋଧରେ ଜମି ବିବାଦକୁ ନେଇ ପାକିସ୍ତାନ ସରକାର ମାମଲା ଦାୟର କରିଥିଲା। ଯେଉଁଥିରେ କେବଳ ସଂଗଠନର ନାମ ରହିଛି ହେଲେ ଆତଙ୍କବାଦୀଙ୍କ ନାମ ଉଲ୍ଲେଖ ହୋଇନାହିଁ ବୋଲି ଉଲ୍ଲେଖ ରହିଥିଲା। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଏହା ଥିଲା ଆତଙ୍କବାଦ ବିରୋଧରେ ପାକିସ୍ତାନର ଲୋକଦେଖାଣିଆ ଏଫଆଇଆର।

କାରଣ ୨୦୧୮ରେ ପାକିସ୍ତାନ ତା’ର ସଂସଦରେ ଆତଙ୍କବାଦ ବିରୋଧୀ ସଂଶୋଧିତ ଅଧ୍ୟାଦେଶ ଗୃହୀତ କରିଥିଲା। ଯେଉଁଥିରେ ଆତଙ୍କବାଦୀ ସଂଗଠନକୁ ଚିହ୍ନଟ କରିବା ସହିତ ସଂପୃକ୍ତ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲା। ଏହାପରେ ଜାମାତ୍ ଉଦ୍ ଦାଓ୍ୱା ଭଳି ଆତଙ୍କବାଦୀ ସଂଗଠନ ପରେ ପ୍ରାରମ୍ଭିକ ଭାବରେ ପଦକ୍ଷେପ ନେଇଥିଲା।

ସୂଚନାଯୋଗ୍ୟ, ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଚଳିତମାସ ୧୩-୧୮ରେ ଏଫଏଟିଏଫର ବୈଠକ ବସିବ। ଏହା ପୂର୍ବରୁ ସେପ୍ଟେମ୍ୱର ସୁଦ୍ଧା ଆତଙ୍କବାଦୀ ଫଣ୍ଡିଂ ଉପରେ ପାକିସ୍ତାନ କି ପଦକ୍ଷେପ ନେଇଛି ସେ ବାବଦରେ ପାକିସ୍ତାନ ସରକାରକୁ ରିପୋର୍ଟ ମାଗିଥିଲା ଏଫଟିଏଫ୍।

ଏଫଏଟିଏଫ ଯଦି ପାକିସ୍ତାନକୁ କଳା ତାଲିକାଭୁକ୍ତ କରେ ତେବେ ପାକିସ୍ତାନ ବିଦେଶରେ ଏବଂ ନିଜ ଦେଶରେ ନାନା ଆର୍ଥିକ କଟକଣାର ସମ୍ମୁଖୀନ ହେବ।



from Odisha Reporter https://ift.tt/2ItEtN7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages