ସୁରତ: ଲୋକସଭା ନିର୍ବାଚନ ବେଳେ ମୋଦି ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ଆଜି ଗୁଜରାଟର ସୁରତ କୋର୍ଟରେ ହାଜର ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ତାଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା। ତେଣୁ ଆଜି ହାଜର ହେବା ପାଇଁ ରାହୁଲଙ୍କୁ ସମନ୍ ଜାରି ହୋଇଥିଲା।
ତେବେ କୋର୍ଟରେ ବିଚାରପତି ରାହୁଲଙ୍କୁ ନିଜ ଦୋଷ ସ୍ୱୀକାର କରୁଛନ୍ତି କି ବୋଲି ପ୍ରଶ୍ନ କରିବାରୁ ରାହୁଲ ମନା କରିଦେଇଥିଲେ। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପାଇଁ ସେ ଦୋଷ ସ୍ୱୀକାର କରୁନାହାନ୍ତି ବୋଲି ରାହୁଲ କହିଥିଲେ। ଏହାପରେ ବିଚାରପତି ଏହି ମାନହାନୀ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୦ରେ ହେବ ବୋଲି ଶୁଣାଣି କରିଛନ୍ତି।
ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି କର୍ଣ୍ଣାଟକାର କୋଲାରରେ ଏପ୍ରିଲ ୧୩ରେ ପ୍ରଚାର କରୁଥିଲେ। ଏହି ସମୟରେ କହିଥିଲେ ‘ନିରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦି… ଏ ସବୁ ମୋଦି ଚୋର’। ଏହାପରେ ଗୁଜରାଟର ସ୍ଥାନୀୟ ବିଧାୟକ ପୁରନେଶ ମୋଦି ରାହୁଲଙ୍କ ବିରୋଧରେ ସୁରତ କୋର୍ଟରେ ଅପରାଧିକ ମାନହାନୀ ମାମଲା ପାଇଁ ଆବେଦନ କରିଥିଲେ। ଯାହାକୁ କୋର୍ଟ ଗ୍ରହଣ କରିଥିଲେ।
from Odisha Reporter https://ift.tt/311LN9d
No comments:
Post a Comment