‘ଆକାଂକ୍ଷୀ ଜିଲ୍ଲା’ର ଆକ୍ସନ ପ୍ଲାନ ତଦାରଖ କରିବ କମିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 11, 2019

‘ଆକାଂକ୍ଷୀ ଜିଲ୍ଲା’ର ଆକ୍ସନ ପ୍ଲାନ ତଦାରଖ କରିବ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଆବଶ୍ୟକତା, ଦକ୍ଷତା ଓ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାନୁୟାରୀ ୨୦୧୮ରୁ  ଆରମ୍ଭ ହୋଇଛି ‘ଆକାଂକ୍ଷୀ ଜିଲ୍ଲା’ କାର୍ଯ୍ୟକ୍ରମ। ଏଥିରେ ସମଗ୍ର ଦେଶର ମୋଟ ୧୧୫ଟି ପଛୁଆ ଜିଲ୍ଲାକୁ ନିଆଯାଇଥିବା ବେଳେ ଓଡିଶାର ୧୦ଟି ଜିଲ୍ଲା ରହିଛି ।

ଓଡ଼ିଶାରେ ଆକାଂକ୍ଷୀ ଜିଲ୍ଲାର ଆକ୍ସନ ପ୍ଲାନକୁ ତଦାରଖ କରିବାକୁ ଗଠିତ ହୋଇଛି ରାଜ୍ୟସ୍ତରୀୟ କମିଟି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି କମିଟିର  ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ୧୪ ଜଣ ସଦସ୍ୟ ଓ ଜଣେ ଆବାହକ ରହିଛନ୍ତି। ୧୦ଟି ଆକାଂକ୍ଷୀ  ଜିଲ୍ଲା ଉପରେ ରାଜ୍ୟ ସରକାରଙ୍କ ଫୋକସ୍ ରହିଛି । ୧୦ ସଚିବସ୍ତରୀୟ ଅଧିକାରୀଙ୍କୁ ୧୦ ଜିଲ୍ଲାର ଦାୟିତ୍ୱ  ଦିଆଯାଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପ୍ତ ମହାପାତ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ଏବଂ ଅନୁ ଗର୍ଗଙ୍କୁ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି। କୋରାପୁଟ ଜିଲ୍ଲା ଦାୟିତ୍ୱ ସୌରଭ ଗର୍ଗଙ୍କୁ ଦିଆଯାଇଥିବାବେଳେ କଳାହାଣ୍ଡି ଜିଲ୍ଲା ଦାୟିତ୍ୱ ଡିଆରକେ ସିଂଙ୍କୁ ଦିଆଯାଇଛି । କନ୍ଧମାଳ ଜିଲ୍ଲାର ଦାୟିତ୍ୱ ସଂଜୀବ ଚୋପ୍ରାଙ୍କୁ ଏବଂ ନବରଙ୍ଗପୁର ଜିଲ୍ଲା ଦାୟିତ୍ୱ ହେମନ୍ତ ଶର୍ମାଙ୍କୁ ଦିଆଯାଇଛି ।

ନୂଆପଡ଼ା ଜିଲ୍ଲା ଦାୟିତ୍ୱରେ ଶାଶ୍ୱତ ମିଶ୍ର, ଗଜପତି ଦାୟିତ୍ୱରେ ଏସ୍.କେ. ସିଂହ, ବଲାଙ୍ଗିର ଜିଲ୍ଲା ଦାୟିତ୍ୱରେ ପ୍ରମୋଦ ମେହେର୍ଦ୍ଦା, ମାଲକାନଗିରି ଜିଲ୍ଲା ଦାୟିତ୍ୱରେ ଭି.ଭି. ଯାଦବ ରହିଛନ୍ତି । ସଚିବମାନେ ମୁଖ୍ୟତଃ ବିକାଶର ତଦାରଖ କରିବେ ।



from Odisha Reporter https://ift.tt/33ujKBb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages