ନ୍ୟୁୟର୍କ: ସାରା ବିଶ୍ୱରେ ଶାନ୍ତି ସ୍ଥାପନା କରିବା ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ନିଷ୍ପତ୍ତି ନିଆଯାଉଥିବା ଜାତିସଂଘ ଏବେ ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ୨୩ କୋଟି ଡ଼ଲାର ଋଣରେ ଜାତିସଂଘ ବୁଡ଼ି ରହିଛି ବୋଲି ଜଣାପଡ଼ିଛି। ସ୍ଥିତି ଏମିତି ହୋଇଛି ଯେ ଚଳିତ ମାସ ଶେଷ ସୁଦ୍ଧା ପାଖରେ ଥିବା ସମସ୍ତ ଟଙ୍କା ଶେଷ ହୋଇଯିବ। ଏବେ ଏହି ଖର୍ଚ୍ଚକୁ କମାଇବା ପାଇଁ ଜାତିସଂଘ ପରିସରରେ ଥିବା ଏୟାର କଣ୍ଡିସନର ୟୁନିଟ୍, କୁଲର, ଲିଫ୍ଟ ଆଦିକୁ ବନ୍ଦ କରି ଦିଆଯାଇଛି।
ଏମିତିକି ନୂଆ ଜିନିଷ କିଣିବା ଉପରେ ରୋକ୍ ଲଗାଯାଇଥିବାବେଳେ ବୈଠକ, ସାମ୍ୱାଦିକ ସମ୍ମିଳନୀ, ନୂଆ ନିଯୁକ୍ତି ମଧ୍ୟ ହେଉନଥିବା ସୂଚନା ରହିଛି। ଯାହାର ପ୍ରଭାବ ଜାତିସଂଘର କାର୍ଯ୍ୟ ଉପରେ ମଧ୍ୟ ପଡ଼ୁଛି। ଗତକାଲି ଜାତିସଂଘର ଆର୍ଥିକ ଅଧିକାରୀ ଏ ବାବଦରେ ସୂଚନା ଦେଇଛନ୍ତି।
ଏବେ ଜାତିସଂଘକୁ ୬୪ଟି ଦେଶ ପଇସା ଦେଇନଥିବା ଜଣାପଡ଼ିଛି। ଯେଉଁଥିରେ ଆମେରିକା, ବ୍ରାଜିଲ୍, ଆର୍ଜେଣ୍ଟିନା, ମେକ୍ସିକୋ ଏବଂ ଇରାନ୍, ବେନେଜୁଏଲା, ଉତ୍ତର କୋରିଆ, ଦକ୍ଷିଣ କୋରିଆ, କଙ୍ଗୋ, ଇସ୍ରାଏଲ୍, ସାଉଦି ଆରବ ଭଳି ଦେଶ ସାମିଲ୍ ରହିଥିବା ସୂଚନା ରହିଛି। ଆମେରିକା ତାର ଆର୍ଥିକ ବଜେଟର ୨୨ ପ୍ରତିଶତ ଟଙ୍କା ଜାତିସଂଘକୁ ଦେଇଥାଏ। ହେଲେ ଏବେ ସେ ହିଁ ସର୍ବାଧିକ ଟଙ୍କା ଜାତିସଂଘକୁ ଦେବ ବୋଲି ଜଣାପଡ଼ିଛି।
ନିକଟରେ ଜାତିସଂଘର ମହାସଚିବ ଏଣ୍ଟିନିୟୋ ଗୁଟେରେସ କହିଥିଲେ ଏବେ ଜାତିସଂଘ ୨୩ କୋଟି ଡଲାର କ୍ଷତିରେ ଚାଲିଛି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଟଙ୍କା ଶେଷ ହୋଇଯିବ। ଏହାପରେ ଖବରସରବରାହ ସଂସ୍ଥା ଏଏଫପି ଜାତିସଂଘକୁ ଚିଠି ଲେଖି ୩୭ ହଜାର କର୍ମଚାରୀଙ୍କ ଦରମା ବାବଦରେ ସୁନିଶ୍ଚିତ କରିବାକୁ କହିଥିଲା।\nତେବେ ଭାରତ ତାର ସମସ୍ତ ଟଙ୍କା ଜାତିସଂଘକୁ ଦେଇଛି। ଗତକାଲି ଜାତିସଂଘରେ ଭାରତର ପ୍ରତିନିଧିତ୍ୱ କରୁଥିବା ସୟେଦ ଅକବୁଋଦ୍ଦିନ ଏହା କହିଛନ୍ତି।
from Odisha Reporter https://ift.tt/2M9vKCg
No comments:
Post a Comment