‘ଆଭେଞ୍ଜର୍: ଏଣ୍ଡଗେମ୍’ର ନିର୍ଦ୍ଦେଶକଙ୍କ ସହ କାମ କରିବେ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 13, 2019

‘ଆଭେଞ୍ଜର୍: ଏଣ୍ଡଗେମ୍’ର ନିର୍ଦ୍ଦେଶକଙ୍କ ସହ କାମ କରିବେ ପ୍ରିୟଙ୍କା

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ଜରିଆରେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି। ଫିଲ୍ମଟି ଗତ ଶୁକ୍ରବାକ ରିଲିଜ୍‌ ହୋଇଛି। ପ୍ରଥମ ଦିନରେ ଏହାକୁ ଦର୍ଶକଙ୍କର ଭଲ ରେସପନ୍ସ ମିଳିଥିଲା। ତେବେ ଏହି ଫିଲ୍ମ ପରେ ପ୍ରିୟଙ୍କା ପୁଣି ଥରେ ଏକ ବଡ଼ ହଲିଉଡ୍‌ ପ୍ରୋଜେକ୍ଟରେ କାମ କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୂଯାୟୀ, ସେ ରେକର୍ଡ୍ ବ୍ରେକର୍‌ ଫିଲ୍ମ ‘ଆଭେଞ୍ଜର୍: ଏଣ୍ଡଗେମ୍’ର ନିର୍ଦ୍ଦେଶକ ରୁସୋ ବ୍ରଦର୍ସ (ଆନ୍ଥୋନି ରୁସୋ ଓ ଜୋ ରୁସୋ)ଙ୍କ ସହ କାମ କରିବାକୁ ଯାଉଛନ୍ତି।

ଏହା କୌଣସି ଶୁଣା କଥା କି ଗୁଜବ ନୁହେଁ। ନିଜେ ପ୍ରିୟଙ୍କା ଏକ ସାକ୍ଷାତକାର୍‌ରେ ଏ କଥା କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ରୁସୋ ବ୍ରଦର୍ସଙ୍କ ସହ ଏକ ପ୍ରୋଜେକ୍ଟକୁ ନେଇ କଥାବାର୍ତ୍ତା ଚାଲିଛି। ସୂଚନା ଅନୁଯାୟୀ, ଏହି  ଫିଲ୍ମଟି ଏକ ଆକ୍ସନ ଥ୍ରୀଲର୍‌ ହେବ।

‘ଆଭେଞ୍ଜର୍: ଏଣ୍ଡଗେମ୍’ର ପ୍ରମୋସନ୍‌ ପାଇଁ ରୁସୋ ବ୍ରଦର୍ସ ଭାରତ ଆସିଥିବା ବେଳେ ଏକ ସାକ୍ଷାତକାରରେ କହିଥିଲେ ଯେ ପ୍ରିୟଙ୍କା ଏବେ ଗ୍ଲୋବାଲ୍‌ ଷ୍ଟାର ହୋଇଗଲେଣି। ସେମାନେ ତାଙ୍କ ସହ ହଲିଉଡ୍ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି ବୋଲି ବି କହିଥିଲେ।

ସୂଚନାଯୋଗ୍ୟ, ପ୍ରିୟଙ୍କା ଏବେ ଆମେରିକାରେ ତାଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଥିସହିତ ପ୍ରଥମ ଥର ପାଇଁ କୌଣସି ବଲିଉଡ୍‌ ଫିଲ୍ମକୁ ଆମେରିକୀୟ ଶୋ’ରେ ପ୍ରମୋସନ୍‌ କରାଯାଉଛି।



from Odisha Reporter https://ift.tt/2MboJkf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages