ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ସମାଜ ପାଇଁ କିଛି କରିବାର ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ। ଯେଉଁ ବୟସରେ ଘରେ ଖାଇପିଇ ବିଶ୍ରାମ ନେବା କଥା, ସେହି ବୟସରେ ସେ ସମାଜକୁ ସଚେତନ କରୁଛନ୍ତି। ସେ ହେଲେ କଳାହାଣ୍ଡି ଜିଲ୍ଲା କୋକସରାର ଅବସରପ୍ରାପ୍ତ ଶିକ୍ଷକ ଘାସିରାମ ପାଟ୍ଟଯୋଶୀ। ବୟସ ୮୦ ଟପିଲାଣି। ତଥାପି ସେ ଥକି ପଡ଼ି ନାହାନ୍ତି ଓ ସମାଜ ପ୍ରତି ଦାୟିତ୍ୱ ମନେ କରି ଗାଁ ଗାଁ ବୁଲି ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କୁ ସଚେତନ କରୁଛନ୍ତି।
ମୁଣ୍ଡରେ ଟୋପି ଓ ସାଇକେଲ ଆଗରେ ତ୍ରିରଙ୍ଗା ପତାକାକୁ ବାନ୍ଧି ପ୍ରତିଦିନ ସକାଳେ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ବାହାରି ପଡ଼ନ୍ତି ଘାସିରାମ। ପ୍ରତିଦିନ ଗାଁକୁ ଗାଁ ବୁଲି ଲୋକଙ୍କୁ କନ୍ୟାଭ୍ରୂଣ ହତ୍ୟା, ସ୍ୱଚ୍ଛଭାରତ ଓ ନିଶାମୁକ୍ତି ସମାଜ ଗଠନ ଉପରେ ଲୋକଙ୍କୁ ସଚେତନ କରାନ୍ତି। ଏହାସହିତ ସ୍କୁଲ ଓ କଲେଜଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ମହାତ୍ମା ଗାନ୍ଧିଙ୍କ ଆଦର୍ଶ ବିଷୟରେ ପିଲାମାନଙ୍କ କହନ୍ତି।
ଗାନ୍ଧିଙ୍କ ଆଦର୍ଶରେ ପରିଚାଳିତ ଘାସିରାମ ଭଲ ଶିକ୍ଷକ ଭାବେ ଯେତିକି ଜଣାଶୁଣା ଥିଲେ, ତା’ଠାରୁ ଅଧିକ ଚର୍ଚ୍ଚିତ ହୋଇଛନ୍ତି ସମାଜସେବା ପାଇଁ। ୧୯୯୩ ମସିହାରେ ସେ ପୋରବନ୍ଦର ଯାଇଥିଲେ। ସେବେଠୁ ସେ ଗାନ୍ଧି ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କୁ ବିଭିନ୍ନ ପ୍ରସଙ୍ଗରେ ସଚେତନ କରି ଆସୁଛନ୍ତି।
ଘାସିରାମ ପଟ୍ଟଯୋଷୀ କହିଛନ୍ତି, “ମୁଁ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲି। ୨୦୦୩ ମସିହାରେ ଅବସର ଗ୍ରହଣ କରିଥିଲି। ଶିକ୍ଷକ ଥିବା ବେଳେ ମୁଁ ପ୍ରଥମେ ସ୍ୱଚ୍ଛତା ଓ ପିଲାମାନେ ଠିକ୍ ଅଛନ୍ତି ନାହିଁ ତା’ ଉପରେ ଗୁରୁତ୍ୱ ଦେଉଥିଲି।”
କୋକସରା ମହାବିଦ୍ୟାଳୟର ଏନ୍ସିସି ଶିକ୍ଷକ ଅଶ୍ୱିନ କୁମାର ପଟ୍ଟନାୟକ କହିଛନ୍ତି, “ଏଭଳି ଜଣେ ବିରଳ ମଣିଷକୁ ଆମ ଗାଁ ପାଇଥିବାରୁ ଆମେ ନିଜକୁ ଧନ୍ୟ ମନେ କରୁଛୁ। ଅନେକ ସମୟରେ ସେ ବିଭିନ୍ନ ଅନୁଷ୍ଠାନ, ଏନ୍ସିସି ଓ ଏନ୍ଏସ୍ଏସ୍ ପ୍ରୋଗାମରେ ଯୋଗ ଦିଅନ୍ତି ଓ ବଢ଼ିଆ ବଢ଼ିଆ କଥା କହନ୍ତି। ସେ କାହାର ନିମନ୍ତ୍ରଣକୁ ଅପେକ୍ଷା କରନ୍ତି ନାହିଁ। ସେ ସବୁଜାଗାରେ ପହଞ୍ଚି ସମସ୍ତଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଥାନ୍ତି।”
ଆଜିକାଲି ଆମର କ’ଣ ଯାଉଛି କହି ଅନେକ ଲୋକ ସମାଜର ଅନେକ ପ୍ରସଙ୍ଗକୁ ଏଡ଼ାଇ ଯାଉଥିବା ବେଳେ ଏ ବୟସରେ ଘାସିରାମ୍ ସାର୍ଙ୍କ ଏଭଳି ପ୍ରୟାସକୁ ସତରେ ଯେତେ ପ୍ରଶଂସା କଲେ ବି କମ୍ ହେବ।
from Odisha Reporter https://ift.tt/31dLnN4
No comments:
Post a Comment