ଶାହିଦ୍‌ଙ୍କୁ ମିଳିଲା ନୂଆ ଫିଲ୍ମ, ନେବେ ୩୫ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 14, 2019

ଶାହିଦ୍‌ଙ୍କୁ ମିଳିଲା ନୂଆ ଫିଲ୍ମ, ନେବେ ୩୫ କୋଟି

ମୁମ୍ୱାଇ: ‘କବୀର ସିଂହ’ର ସଫଳତା ପରେ ବଲିଉଡ୍ ଅଭିନେତା ଶାହିଦ୍‌ କପୁର୍‌ଙ୍କ ଡିମାଣ୍ଡ୍ ବହୁତ ବଢ଼ିଯାଇଛି। ତାଙ୍କର ପରବର୍ତ୍ତୀ ଫିଲ୍ମରୁ ଏହା ସ୍ପଷ୍ଟ ହୋଇଯାଇଛି। ତେଲୁଗୁ ଫିଲ୍ମ ‘ଜର୍ସୀ’ର ହିନ୍ଦୀ ରିମେକ୍‌ରେ ସେ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ଏବଂ ଏଥିପାଇଁ ପାରିଶ୍ରମିକ ବାବଦକୁ ୩୫ କୋଟି ଟଙ୍କା ନେବେ ବୋଲି ଜଣାପଡ଼ିଛି। କେବଳ ସେତିକି ନୁହେଁ, ଏ ଫିଲ୍ମରୁ ଯେଉଁ ଲାଭ ମିଳିବ, ସେଥିରୁ ମଧ୍ୟ ସେ ୩୦ ପ୍ରତିଶତ ନେବେ।

‘ଜର୍ସୀ’ର ହିନ୍ଦୀ ରିମେକ୍‌ରେ ଶାହିଦ୍ ଅଭିନୟ କରିବେ ବୋଲି ସ୍ପଷ୍ଟ ହୋଇସାରିଥିବା ଜଣାଶୁଣା ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଗୌତମ ତିନ୍ନାନୂରୀ। ତେଲୁଗୁରେ ବି ସେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟିର ପ୍ରଯୋଜନା ଦାୟିତ୍ୱ ଆଲୁ ଅରବିନ୍ଦ, ଅମନ୍ ଗିଲ୍ ଓ ଦିଲ୍ ରାଜୁ ନେଇଥିବା ବେଳେ ଏହାକୁ ଆସନ୍ତା ବର୍ଷ ଅଗଷ୍ଟ ୨୮ ତାରିଖରେ ରିଲିଜ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି।

‘ଜର୍ସୀ’ ଏକ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ। ତେଲୁଗୁରେ ଏଥିରେ ଲିଡ୍‌ ରୋଲ୍‌ରେ ଥିଲେ ସାଉଥ୍‌ ଷ୍ଟାର୍ ନାନୀ। ସେ ଜଣେ କ୍ରିକେଟର୍‌ଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଗତ ଏପ୍ରିଲ୍‌ ମାସରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା।

 

ମିଳିଥିବା ସୂଚନା ଅନୁଯାୟୀ, ଶାହିଦ୍ ‘ଜର୍ସୀ’ର ତେଲୁଗୁ ଭର୍ସନକୁ ଦେଖିସାରିଛନ୍ତି ଓ ଏହା ତାଙ୍କୁ ବହୁତ ପସନ୍ଦ ଆସିଛି। ଏହାର ହିନ୍ଦୀ ରିମେକ୍‌ରେ କାମ କରିବାକୁ ସେ ବହୁତ ଉତ୍ସାହିତ ବି ଅଛନ୍ତି। ତେବେ ସେ ଏଥିରେ ନାନୀଙ୍କୁ ଅନୁସରଣ ନ କରି ନିଜ ଶୈଳୀରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶାହିଦ୍‌ଙ୍କ ଅଭିନୀତ ଫିଲ୍ମ ‘କବୀର ସିଂହ’ ହେଉଛି ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ୍‌। ‘କବୀର ସିଂହ’ ବକ୍ସ ଅଫିସ୍‌ରେ ଧୂଆଁଧାର୍‌ ବ୍ୟବସାୟ କରିଛି।

 



from Odisha Reporter https://ift.tt/32chMVH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages