ବଢ଼ିଲା ଆତଙ୍କୀସ୍ତାନ ପାକିସ୍ତାନର ଅଡ଼ୁଆ, ଏଫ୍‌ଏଟିଏଫ୍‌ର ’ଡାର୍କ ଗ୍ରେ ଲିଷ୍ଟ’ରେ ସାମିଲ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 14, 2019

ବଢ଼ିଲା ଆତଙ୍କୀସ୍ତାନ ପାକିସ୍ତାନର ଅଡ଼ୁଆ, ଏଫ୍‌ଏଟିଏଫ୍‌ର ’ଡାର୍କ ଗ୍ରେ ଲିଷ୍ଟ’ରେ ସାମିଲ ହେବ

ପ୍ୟାରିସ୍‌: ଆତଙ୍କୀସ୍ତାନ ଭାବେ ପରିଚୟ ହାସଲ କରିଥିବା ପାକିସ୍ତାନର ଅଡ଼ୁଆ ବଢ଼ିଛି। ପ୍ୟାରିସ୍‌ରେ ଚାଲିଥିବା ଏଫ୍‌ଏଟିଏଫ୍‌ ବୈଠକରେ ପାକିସ୍ତାନକୁ ବିଶ୍ୱର କୌଣସି ରାଷ୍ଟ୍ର ସହଯୋଗ କରିନାହାନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବାରୁ ଏଫଏଟିଏଫ୍‌ ଏବେ ଇମ୍ରାନ୍‌ ଖାନ୍‌ ସରକାରଙ୍କ ଉପରେ ନୂଆ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ କଳା ତାଲିକା ଭୁକ୍ତ ହେବାକୁ ଥିବା ପାକିସ୍ତାନ ଏବେ ଏଫ୍‌ଏଟିଏଫ୍‌ର ‘ଡାର୍କ ଗ୍ରେ ଲିଷ୍ଟ୍‌’ରେ ସାମିଲ ହେବାକୁ ଯାଉଛି। ସେହିପରି ଧାର୍ଯ୍ୟ ସମୟ ମଧ୍ୟରେ ଯଦି ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବ, ତା’ହେଲେ ଇସଲାମାବାଦକୁ ବିଶ୍ୱ ସ୍ତରରେ ଏକ ଘରିକିଆ କରାଯିବ ବୋଲି ମଧ୍ୟ ଜଣାପଡ଼ିଛି।

ଏଫ୍‌ଏଟିଏଫ୍‌ ପ୍ରିଲିମିନାରୀ ବୈଠକ ଅକ୍ଟୋବର ୧୩ରୁ ଆରମ୍ଭ ହୋଇଛି। ଏହା ୧୮ ତାରିଖ ଯାଏ ଚାଲିବ। ଏହି ବୈଠକରେ ଯୋଗଦେଇଥିବା ଜଣେ ଅଧିକାରୀ କହିଛନ୍ତି, “ପାକିସ୍ତାନ ୨୦୧୮ ମସିହାରୁ ଏଫଏଟିଏଫ୍‌ର ଗ୍ରେ ଲିଷ୍ଟରେ ଥିଲା। ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଏଫଏଟିଏଫ୍‌ ଏଭଳି ନିଷ୍ପତ୍ତି ନେଇଥିଲା। ଏହା ପରେ ସଂସ୍ଥା ପକ୍ଷରୁ ପାକିସ୍ତାନକୁ ୨୭ଟି ସର୍ତ୍ତ ପୂରଣ କରିବାକୁ କୁହାଯାଇଥିଲା।

ତେବେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଇସଲାମାବାଦ ସଂପୂର୍ଣ୍ଣ ଫେଲ ମାରିଛି। ୨୭ଟି ଇମ୍ରାନ୍‌ ଖାନ୍‌ ସରକାର ୬ଟି ସର୍ତ୍ତ ପୂରଣ କରିବାରେ ସଫଳ ହୋଇଛନ୍ତି। ତେଣୁ ବୈଠକ ବେଳେ ପାକିସ୍ତାନର ରିପୋର୍ଟ ଉପରେ ବିସ୍ତୃତ ଭାବେ ଆଲୋଚନା ହେବ। ଏହାପରେ ପାକିସ୍ତାନକୁ ସମ୍ଭବତଃ ‘ଡାର୍କ ଗ୍ରେ ଲିଷ୍ଟ୍’ରେ ସାମିଲ କରାଯିବ। ତେବେ ଏ ସମ୍ପର୍କରେ ନିଷ୍ପତ୍ତି ବୈଠକର ଶେଷଦିନରେ ଅର୍ଥାତ ଅକ୍ଟୋବର ୧୮ରେ ହିଁ ନିଆଯିବ।”

ଡାର୍କ ଗ୍ରେ ଲିଷ୍ଟର ଅର୍ଥ ଏଫଏଟିଏଫ୍‌ର କଡ଼ା ଚେତାବନୀ। ଡାର୍କ ଗ୍ରେ ଲିଷ୍ଟରେ ସାମିଲ ହେଉଥିବା ଦେଶକୁ ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶେଷଥର ପାଇଁ ସୁଯୋଗ ଦିଆଯିବ। ସେହିପରି ଯଦି ପାକିସ୍ତାନ ଡାର୍କ ଗ୍ରେ ଲିଷ୍ଟରେ ସାମିଲ ହେଉଛି, ତା’ହେଲେ ଆଇଏମଏଫ୍, ବିଶ୍ୱବ୍ୟାଙ୍କ ଓ ୟୁରୋପିଆନ୍‌ ୟୁନିଅନ ଠାରୁ ଆର୍ଥିକ ସହାୟତା ପାଇବା ପାଇଁ ଲାଗୁ ହେଉଥିବା ସର୍ତ୍ତ ଗୁଡ଼ିକ ଆହୁରି କଠୋର ହୋଇଯିବ। ଅନେକ ତର୍ଜମା କରିବା ପରେ ଯାଇ ହିଁ ଏହି ସଂସ୍ଥାଗୁଡ଼ିକ ଆର୍ଥିକ ସହାୟତା ପ୍ରଦାନ କରିବେ।

ତେଣୁ ଆର୍ଥି ସ୍ତରରେ କାଙ୍ଗାଳ ହୋଇଯାଇଥିବା ପାକିସ୍ତାନର ଛାତି ଏହାକୁ ନେଇ ଧଡ଼ଧଡ଼ ହେବାରେ ଲାଗିଛି। ତଥାପି ଏଫଏଟିଏଫ୍‌କୁ ବୁଝାଇବା ପାଇଁ ପାକିସ୍ତାନର ଏକ ପ୍ରତିନିଧି ଦଳ ପ୍ୟାରିସ ଗସ୍ତ କରିଛନ୍ତି। ସେମାନେ ପାକିସ୍ତାନ ଆତଙ୍କବାଦ ବିରୋଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନେଇଛି, ସେକଥା ଏଫଏଟିଏଫ୍‌ ଅଧିକାରୀଙ୍କୁ ବୁଝାଇବେ। ହେଲେ ଏହା କେତେଦୂର ଅଧିକାରୀମାନଙ୍କୁ ସନ୍ତୁଷ୍ଟି କରିପାରୁଛି, ତାହା ଅକ୍ଟୋବର ୧୮ରେ ହିଁ ଜଣାପଡ଼ିଛି।



from Odisha Reporter https://ift.tt/35uvOnL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages