ଘରେ ପଶିଲେ, କଳାକନା ବୁଲାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 20, 2019

ଘରେ ପଶିଲେ, କଳାକନା ବୁଲାଇଲେ

ତେଲକୋଇ(ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ରହୁଥିବା ପଞ୍ଚାନନ ସାମନ୍ତରାଏଙ୍କ  ଘରୁ  ଲକ୍ଷାଧିକ ଟଙ୍କା, ସୁନାଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ପଞ୍ଚାନନଙ୍କ ପରିବାର ସଦସ୍ୟ ଘରେ ଶୋଇଥିଲା ବେଳେ ଚୋରମାନେ ତାଙ୍କ ଘରେ ପଶି  କଳାକନା  ବୁଲାଇଦେଇଥିଲେ।

ତେବେ ପଞ୍ଚାନନ ଆଜି ସକାଳୁ ଉଠି ଦେଖିଲା ବେଳକୁ ଶୋଇବା ଘରର ଆଲମିରା ଖୋଲା ପଡ଼ିଥିବା ବେଳେ ଘର ପଛରେ ଥିବା ଗ୍ରିଲ୍‌  ତଡ଼ା ଯାଇଥିଲା।  ଏହା ସହିତ ତାଙ୍କ ଆଲମିରାରୁ ଟଙ୍କା ଓ ସୁନା ଗହଣା ଗାଏବ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ।

ତେବେ ପୁଲିସ୍‌ ତଦନ୍ତ ବେଳେ ଚୋର  କରିଥିବା ଏକ ବ୍ୟାଗ୍‌ ଘର ପଛରେ ଥିବା ଏକ ଜମିରୁ ପାଇଥିଲା। ଏହା ସହିତ ହଳେ ଚପଲ ମଧ୍ୟ ମିଳିଥିଲା। ତାହା ଚୋରି କରିବାକୁ ଆସିଥିବା ଲୁଟେରାଙ୍କର ହୋଇଥାଇପାରେ ବୋଲି ପୁଲିସ୍‌ ଅନୁମାନ କରିଛି।



from Odisha Reporter https://ift.tt/31zrNLk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages