ସାବରକର ଦେଶ ପାଇଁ ଜେଲ୍ ଯାଇଛନ୍ତି: ସିଙ୍ଘଭି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 20, 2019

ସାବରକର ଦେଶ ପାଇଁ ଜେଲ୍ ଯାଇଛନ୍ତି: ସିଙ୍ଘଭି

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ବିଜେପି ନିର୍ବାଚନୀ ଇସ୍ତାହାରରେ ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ଭାରତ ରତ୍ନ ଦିଆଯିବ ବୋଲି ଘୋଷଣା କରିଛି। ଏହାକୁ ନେଇ କଂଗ୍ରେସ ଓ ବିଜେପି ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି। ଆଜି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି ଟୁଇଟ୍ କରି ସାବରକରଙ୍କ ବାବଦରେ ମତ ରଖିଛନ୍ତି।

ସେ କହିଛନ୍ତି ସାବରକର ଜଣେ ସ୍ୱାଧୀନତା ସଂଗ୍ରାମୀ, ଦେଶକୁ ସ୍ୱାଧୀନ କରିବାକୁ ଯାଇ ଅନେକ ଥର ଜେଲ୍ ଯାଇଛନ୍ତି। ଏମିତିକି ଦଳିତଙ୍କ ନ୍ୟାୟ ପାଇଁ ଲଢ଼ିଛନ୍ତି ବୋଲି ସିଙ୍ଘଭି କହିଛନ୍ତି। ତାଙ୍କର ଏହି ବଳିଦାନକୁ ଦେଶବାସୀ ଭୁଲିପାରିବେ ନୁହେଁ। ହେଲେ ସାବରକରଙ୍କ ଚିନ୍ତାଧାରାକୁ ସେ ଗ୍ରହଣ କରିବେ ନାହିଁ ବୋଲି ଏହି ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ କହିଛନ୍ତି।


ଏହା ପୂର୍ବରୁ କଂଗ୍ରେସ ନେତା କପିଲ ସିବଲ କହିଥିଲେ ତାଙ୍କ ଦଳ ସାବରକରଙ୍କୁ ସମ୍ମାନ କରୁଛି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧି ଚିନ୍ତାଧାରାର ନା ସାବରକର ଚିନ୍ତାଧାରାର ଜବାବ ଦିଅନ୍ତୁ।

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହ ମଧ୍ୟ ସାବରକରଙ୍କୁ ତାଙ୍କ ଦଳ ସମ୍ମାନ କରୁଛି ବୋଲି କହିଥିଲେ। ହେଲେ ତାଙ୍କ ବିଚାରଧାରାକୁ ନେଇ ନୁହେଁ ବୋଲି କହିଥିଲେ।



from Odisha Reporter https://ift.tt/2MYiwY5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages