୨୮ରେ ବାତ୍ୟା ! କେତେ ସତ କେତେ ମିଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 25, 2019

୨୮ରେ ବାତ୍ୟା ! କେତେ ସତ କେତେ ମିଛ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୮ ତାରିଖରେ ବାତ୍ୟା ଆସିବ ବୋଲି ଯେଉଁ ଖବର ସୋଶାଲ୍ ମିଡିଆରେ ଘୁରି ବୁଲୁଛି, ତାହା ଏକ ଗୁଜବ ବୋଲି ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି।

ସେ କହିଛନ୍ତି, “ମୁଁ ଜନସାଧାରଣଙ୍କୁ ନିବେଦନ କରିବାକୁ ଚାହୁଁଛି ଯେ ୨୮ ତାରିଖରେ ବାତ୍ୟା ଆସିବ ବୋଲି ଏକ ଖବର ସୋଶାଲ୍‌ ମିଡିଆରେ ଘୁରି ବୁଲୁଛି। ତେବେ ଭାରତୀୟ ପାଣିପାଗ ସୂତ୍ରରୁ ସେମିତି କିଛି ସୂଚନା ନାହିଁ। ଦୟାକରି ସୋଶାଲ୍‌ ମିଡିଆରେ ଏମିତି ଖବର ଭାଇରାଲ୍‌ କରନ୍ତୁ ନାହିଁ। ଏହା ଏକ ଧର୍ତ୍ତବ୍ୟ ଅପରାଧ। ମୁଁ ଜନସାଧାରଣଙ୍କୁ ଅନୁରୋଧ କରିବି ଯେ ଏଭଳି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ।”

ଏହା ସହିତ ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେଉଁଠି ମଧ୍ୟ ବନ୍ୟା ପରିସ୍ଥିତି ଉପୁଜି ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, “ଗତ ୨୪ ଘଣ୍ଟା ମଧ୍ୟରେ ୩୦ଟି ଜିଲ୍ଲାମାନଙ୍କରେ ଲଘୁଚାପ ଜନିତ ବର୍ଷା ହୋଇଛି। ସେଥିମଧ୍ୟରୁ ୮ଟି ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ସବୁଠାରୁ ଅଧିକ ବର୍ଷା ଭଦ୍ରକରେ ହୋଇଛି। ସେଠାରେ ୧୫୨ ମିଲିମିଟିର ବର୍ଷା ହୋଇଛି। ପୁରୀରେ ୧୩୫ ମିମି, କଟକରେ ୧୩୦ ମିମି, ବାଲେଶ୍ୱରରେ ୧୨୮ ମିମି, ଯାଜପୁରରେ ୧୨୮ ମିମି, ଖୋର୍ଦ୍ଧାରେ ୧୧୬ ମିମି, କେନ୍ଦ୍ରାପଡ଼ାରେ ୧୦୪. ୬ ମିମି ଓ  ଜଗତସିଂହପୁରରେ ୧୦୦ ମିମି ବର୍ଷା ହୋଇଛି। ତେବେ ୩ଟି ବ୍ଲକ୍‌ରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି। ସବୁଠାରୁ ଅଧିକ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍‌ରେ ୨୩୯ .୪ ମିମି, ଭଦ୍ରକ ଜିଲ୍ଲା ବାସୁଦେବପୁରରେ ୨୩୩ ମିମି ଏବଂ ପୁରୀ ଜିଲ୍ଲା କଣାସରେ ୨୦୬ ମିମି ବର୍ଷା ହୋଇଛି।”

ଶ୍ରୀ ଜେନା ଆହୁରି କହିଛନ୍ତି, “ଗତକାଲିଠାରୁ ଆଜି ମଧ୍ୟରେ ଯେଉଁ ବର୍ଷା ହୋଇଛି ସେଥିରେ ବନ୍ୟା ପରିସ୍ଥିତି କୋଉଠି ହୋଇ ନାହିଁ। ଭୁବନେଶ୍ୱରରେ ଦୁଇ ଦିନ ମଧ୍ୟରେ ପାଖାପାଖି ୨୫୩ ମିମି ବର୍ଷା ହୋଇଛି। ଆଜି ପାଇଁ କିଛି ସ୍ଥାନରେ ୟଲୋ ୱାର୍ଣ୍ଣିଂ ରହିଛି। ତେବେ ବେଶୀ ବର୍ଷା ହେବ ନାହିଁ।”

ସୂଚନାଯୋଗ୍ୟ, ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲିଠାରୁ ଧୀରେ ଧୀରେ ବର୍ଷା କମିବ। ଏଣୁ ଦୀପାବଳିରେ ପାଗ ଭଲ ରହିବ ବୋଲି ଆଶା କରାଯାଉଛି।



from Odisha Reporter https://ift.tt/362PfEl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages