ଏଚ୍ଆଇଭି ସଂକ୍ରମିତ ଉପକରଣରେ ଚାଲିଛି ଅସ୍ତ୍ରୋପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 29, 2019

ଏଚ୍ଆଇଭି ସଂକ୍ରମିତ ଉପକରଣରେ ଚାଲିଛି ଅସ୍ତ୍ରୋପଚାର

ସମ୍ବଲପୁର(ସଞ୍ଜୟ ଜେନା): ଏଚ୍ଆଇଭି ସଂକ୍ରମିତ ଉପକରଣରେ ଚାଲିଛି ଅନ୍ୟ ରୋଗୀଙ୍କ ଚିକିତ୍ସା। ଭିମସାର୍‌ ବୁର୍ଲା ଡାକ୍ତରଖାନାରେ ହେଉଛି ଏପରି ରୋଗୀ ସେବା।  ଗୋଟିଏ ପଟେ 5T ସଚିବ ତୁହାକୁ ତୁହା ରାଜ୍ୟର ବିଭିନ୍ନ ମେଡିକାଲ ବୁଲୁଥିବା ବେଳେ ପଶ୍ଚିମ ଓଡ଼ିଶାର ମୁଖ୍ୟ କୁହାଯାଉଥିବା ବୁର୍ଲା ଡାକ୍ତରଖାନାର ଦନ୍ତ ବିଭାଗରେ ହୋଇଥିବା ଏପରି ଚରମ ଅବହେଳା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭଲ ହେବା ପାଇଁ ଏହି ମେଡିକାଲ ଆସୁଥିବା ରୋଗୀ କେତେ ରୋଗ ନେଇକି ଯାଉଛନ୍ତି, ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ।

ପୂରା ଘଟଣାଟି ଏହିପରି। ବୁର୍ଲା ଡାକ୍ତରଖାନାର ଦନ୍ତ ବିଭାଗରେ ଗତ ସୋମବାର ଜଣେ ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା  । ଏପରି ରୋଗୀଙ୍କ ଅସ୍ତ୍ରୋପଚାର ପୂର୍ବରୁ ଯେଉଁ ସବୁ ଗାଇଡ୍ ଲାଇନ୍‌ ଅନୁସରଣ କରିବା କଥା ତାହା ଏଠାରେ କରାଯାଇ ନ ଥିବା ଜଣାଯାଇଛି।

ଏପରିକି ଏହି ଅପରେସନ୍‌ କରିବା ପରେ  ସମ୍ପୃକ୍ତ ଡାକ୍ତର ଅନ୍ୟ ୧୨ଜଣ ରୋଗୀଙ୍କର ମଧ୍ୟ ଅପରେସନ୍‌ କରିଥିଲେ। ଯାହାକି ଅନ୍ୟ ରୋଗୀଙ୍କ ଜୀବନ ସହ ଖେଳ ବୋଲି କୁହାଯାଉଛି। କାହିଁକି ନା ଏହାଦ୍ୱାରା ଅନ୍ୟ ରୋଗୀଙ୍କୁ ଏଚ୍‌ଆଇଭି ସଂକ୍ରମଣ ହେବାର ଆଶଙ୍କା ରହିଛି। ଏହା ଜଣା ପଡ଼ିବା ପରେ ପୁରା ଦନ୍ତ ବିଭାଗ ବନ୍ଦ କରାଯାଇ ଷ୍ଟେରିଲାଇଜେସନ କରାଯାଇଛି । ବିଭାଗୀୟ ମୁଖ୍ୟ ଏ ସଂପର୍କରେ ଭିମସାର ଡିନ୍ ଓ ଅଧୀକ୍ଷକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

କିନ୍ତୁ ସଂପୃକ୍ତ ଡାକ୍ତର ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନିଜ ପକ୍ଷ ରଖି ସେ କହିଛନ୍ତି, ପ୍ରଥମ ରୋଗୀ ଜଣକ ଏଚ୍ଆଇଭି ଆକ୍ରାନ୍ତ ବୋଲି ସେ ଜାଣିନଥିଲେ। ସର୍ଜରି ବିଭାଗ ପକ୍ଷରୁ ଏ ସଂପର୍କରେ ତାଙ୍କୁ କୌଣସି ସୂଚନା ଦିଆଯାଇନଥିଲା ।



from Odisha Reporter https://ift.tt/36l2WPk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages