୧୯ ବର୍ଷର କ୍ୟାରିୟର୍‌ରେ ପ୍ରଥମ ଥର ଅଡିସନ୍ ଦେଲେ କରୀନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 29, 2019

୧୯ ବର୍ଷର କ୍ୟାରିୟର୍‌ରେ ପ୍ରଥମ ଥର ଅଡିସନ୍ ଦେଲେ କରୀନା

ମୁମ୍ବାଇ: ସମସ୍ତଙ୍କ ପ୍ରିୟ ‘ବେବୋ’ ବା କରୀନା କପୁର ୨୦୦୦ ମସିହାରେ ଫିଲ୍ମ ‘ରିଫ୍ୟୁଜି’ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ। ଏହା ଭିତରେ ୧୯ ବର୍ଷ ବିତିଗଲାଣି। ସେ ୬୦ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି। ଭଲ ଅଭିନୟ ପାଇଁ ବିଭିନ୍ନ ବର୍ଗରେ ୬ଟି ଫିଲ୍ମ ଫେୟାର ପୁରସ୍କାର ପାଇବା ସହିତ ଅନ୍ୟାନ୍ୟ ପୁରସ୍କାର ମଧ୍ୟ ପାଇଛନ୍ତି। ତେବେ ୧୯ ବର୍ଷର ଲମ୍ବା କ୍ୟାରିୟର ପରେ ବଲିଉଡ୍‌ର ଏହି ଅନ୍ୟତମ ସଫଳ ନାୟିକାଙ୍କୁ ଏବେ ଏକ ଫିଲ୍ମ ପାଇଁ ଅଡିସନ୍‌ ଦେବାକୁ ପଡ଼ିଛି। ବିଶ୍ୱାସ ନ ହେଲେ ବି କଥାଟା ସତ। କାରଣ ନିଜେ କରୀନା ଏ କଥା କହିଛନ୍ତି।

ଆପଣମାନେ ତ ଜାଣିଥିବେ ‘ଲାଲ୍‌ ସିଂହ ଚଢ଼ା’ ନାଁରେ ଏକ ଫିଲ୍ମ ଆସୁଛି। ଏଥିରେ ଲିଡ୍‌ ରୋଲ୍‌ରେ ଅଛନ୍ତି ଆମୀର ଖାନ୍‌। ଆଉ ତାଙ୍କ ସହିତ ଏଥିରେ କରୀନା ମଧ୍ୟ ଅଭିନୟ କରିବେ। ତେବେ ଏହି ଫିଲ୍ମ ପାଇଁ ତାଙ୍କୁ ଅଡିସନ୍ ଦେବାକୁ ପଡ଼ିଛି। ପୁଣି ତାଙ୍କୁ ଅଡିସନ୍ ଦେବା ପାଇଁ କିଏ କହିଥିଲେ ଜାଣନ୍ତି? ନିଜେ ଆମୀର। ଏହା ବି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥାଇପାରେ। କାରଣ ଆମୀର ପୂର୍ବରୁ ବେବୋଙ୍କ ସହିତ ଫିଲ୍ମ କରିଛନ୍ତି ଓ ତାଙ୍କ ଦକ୍ଷତାକୁ ଭଲ ଭାବେ ଜାଣିଛନ୍ତି। ତେବେ ଆପଣମାନେ ଏହା ବି ଜାଣିଥିବେ ଯେ ଆମୀର ହେଉଛନ୍ତି ‘Mr Perfectionist’। ତାଙ୍କୁ ସବୁକିଛି ପରଫେକ୍ଟ ଦରକାର। କରୀନାଙ୍କୁ ଏହି ଫିଲ୍ମରେ ଯେଉଁ ରୋଲ୍ ଦିଆଯାଇଛି, ସେଥିରେ ସେ ଫିଟ୍ ହେବେ କି ନାହିଁ, ତାହା ଜାଣିବା ପାଇଁ ଆମୀର ତାଙ୍କର ଅଡିସନ୍ ନେଇଥିଲେ। କରୀନା ନିଜେ ବି ଏକଥା କହିଛନ୍ତି। ସେ କହିଛନ୍ତି ଯେ ଆମୀର ସବୁ ଜିନିଷକୁ ଶତପ୍ରତିଶତ ସୁନିଶ୍ଚିତ କରିବା ପାଇଁ ଚାହାନ୍ତି। ଆଉ ଏଥିରେ କିଛି ଖରାପ ନାହିଁ।

କରୀନା କହିଛନ୍ତି, “ଆମୀର ମୋତେ ଫୋନ୍ କରି ଡକାଇଥିଲେ। ସେ ଚାହୁଁଥିଲେ ମୁଁ ଏହି ଫିଲ୍ମର ସ୍କ୍ରିପ୍ଟ ଶୁଣେ। ମୁଁ ତାଙ୍କ କଥା ମାନିଥିଲି। କିଛି ସମୟ ସ୍କ୍ରିପ୍ଟକୁ ଶୁଣିବା ପରେ ସେ ମୋତେ କିଛି ସିନ୍‌ ପଢ଼ିବା ପାଇଁ କହିଥିଲେ। ପ୍ରଥମେ ପ୍ରଥମେ ମୁଁ କିଛି ବୁଝି ପାରି ନଥିଲି। କାରଣ  ଏହା ସଂପୂର୍ଣ୍ଣ ଭାବେ ମୋ ପାଇଁ ଏକ ନୂଆ ଅନୁଭୂତି ଥିଲା। ଏହା ମୋର ପ୍ରଥମ ଅଡିସନ୍‌ ଥିଲା। ‘ରିଫ୍ୟୁଜି’ ଫିଲ୍ମ ପାଇଁ ମଧ୍ୟ ମୋତେ ଅଡିସନ୍ ଦେବାକୁ ପଡ଼ି ନଥିଲା।” 

ବେବୋ ଏହି ଅଡିସନ୍‌କୁ ବେଶ୍ ସକାରାତ୍ମକ ଢଙ୍ଗରେ ନେଇଛନ୍ତି। ସେ କହିଛନ୍ତି, “ସମୟ ବଦଳୁଛି। ମୋତେ ବି ଏଥିରେ ସାମିଲ ହେବାକୁ ପଡ଼ିବ। ମୁଁ  ନିଜକୁ କେବଳ ଜଣେ ଡିଭା ଭାବେ ଦେଖିଲେ କଥା ଓଲଟା ହେବ।”

ସେହିପରି କରୀନାଙ୍କ ସ୍ୱାମୀ ତଥା ଅଭିନେତା ସୈଫ୍ ଅଲୀ ଖାନ୍ ମଧ୍ୟ ଏହାକୁ ନେଇ ବେଶ୍ ପଜିଟିଭ୍ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ମତରେ ଏହା କିଛି ଖରାପ କଥା ନୁହେଁ। ପ୍ରତ୍ୟେକ କଳାକାର ନିଜ ରୋଲ୍ ସଂପର୍କରେ ନିଶ୍ଚିତ ହେବା ଜରୁରୀ।

ସୂଚନାଯୋଗ୍ୟ, ୧୯୯୪ରେ ରିଲିଜ୍ ହୋଇଥିବା ହଲିଉଡ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’କୁ ‘ଲାଲ ସିଂହ ଚଢ଼ା’ ନାଁରେ ରିମେକ୍‌ କରାଯାଉଛି। ଆଉ ଏହା ସହିତ ପୁଣି ଥରେ ଆମୀର ଓ କରୀନାଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ। ପୂର୍ବରୁ ଦୁହେଁ ‘ତଲାସ୍‌’ ଓ ’ଥ୍ରୀ ଇଡିୟଟସ୍‌’ ଫିଲ୍ମରେ ଏକାଠି କାମ କରିଥିଲେ।



from Odisha Reporter https://ift.tt/2JA1ApX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages