ଦୁବାଇ: ଦେଶଦ୍ରୋହ ମାମଲାରେ ନିର୍ବାସିତ ଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ପୁଣିଥରେ ସକ୍ରିୟ ରାଜନୀତିକୁ ଫେରିଛନ୍ତି। ସେ ସକ୍ରିୟ ରାଜନୀତି ଦୁବାଇରୁ ଭିଡିଓ କନଫରେନ୍ସିଂ ଜରିଆରେ ଆରମ୍ଭ କରିଥିବା ବେଳେ ଜମ୍ମୁ-କଶ୍ମୀର ସମ୍ପର୍କରେ ପାକିସ୍ତାନବାସୀଙ୍କୁ ଉସକାଇବା ଆରମ୍ଭ କରିଛନ୍ତି।
୭୬ ବର୍ଷୀୟ ମୁଶାରଫ ହେଉଛନ୍ତି ଅଲ ପାକିସ୍ତାନ ମୁସଲିମ ଲିଗ୍(ଏପିଏମଏଲ)ର ଅଧ୍ୟକ୍ଷ। ନିଜ ଦଳର କର୍ମୀମାନଙ୍କୁ ଦୁବାଇରୁ ଭିଡିଓ କନଫରେନ୍ସିଂ ଜରିଆରେ ସେ ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି, “କଶ୍ମୀର ପାକିସ୍ତାନର ରକ୍ତରେ ରହିଛି। ପାକିସ୍ତାନ ବାରମ୍ବାର ଭାରତ ସହ ବନ୍ଧୁତା ସ୍ଥାପନ ପାଇଁ ଉଦ୍ୟମ କରିଥିଲା। ହେଲେ ଭାରତ ସରକାର କେବଳ ପାକିସ୍ତାନକୁ ଧମକ ଦେଇ ଚାଲିଛନ୍ତି। ଭାରତ ଜାଣିଶୁଣି ପାକିସ୍ତାନ ସହ କାର୍ଗିଲ ଯୁଦ୍ଧ କରିଥିଲା। ଏବେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ହେଲେ ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ ପରିସ୍ଥିତି ଯାହା ସୃଷ୍ଟି ହେଲେ ବି ପାକିସ୍ତାନ ସର୍ବଦା କଶ୍ମୀରବାସୀଙ୍କ ସହ ରହିଛି। ପାକିସ୍ତାନ ବନ୍ଧୁତା ଓ ଶାନ୍ତି ପାଇଁ ବାରମ୍ବାର ପ୍ରସ୍ତାବ ଦେଉଛି ସତ। ହେଲେ ଏହାକୁ ପାକିସ୍ତାନର ଦୁର୍ବଳା ଭାବିବା ଭୁଲ। ଏକଥା ସମସ୍ତଙ୍କୁ ମନେ ରଖିବା ଦରକାର।”
ମୁଶାରଫ ପାକିସ୍ତାନର ସେନାଧ୍ୟକ୍ଷ ଥିଲେ। ତେବେ ୧୯୯୯ରୁ ୨୦୦୮ ଯାଏ ସେ ପାକିସ୍ତାନରେ ସାମରିକ ଶାସନ ଲାଗୁ କରି ଦେଶର ରାଷ୍ଟ୍ରପତି ହୋଇଥିଲେ। ତେବେ ପାକିସ୍ତାନର ଶାସକ ବେନଜାରୀ ଭୁଟ୍ଟୋଙ୍କ ହତ୍ୟା ମାମଲାରେ ତାଙ୍କୁ ପଳାତକ ଘୋଷଣା କରାଯାଇଛି। ୨୦୧୬ ମାର୍ଚ୍ଚ ମାସରୁ ସେ ଦୁବାଇରେ ରହିଛନ୍ତି। ୨୦୦୭ରେ ସମ୍ବିଧାନକୁ ଅସିଦ୍ଧ ଘୋଷଣା କରିବା ମାମଲାରେ ତାଙ୍କୁ ଦେଶଦ୍ରୋହୀ ଘୋଷଣା କରାଯାଇଛି।
from Odisha Reporter https://ift.tt/2Oud3La
No comments:
Post a Comment