୫ ଲକ୍ଷର ବ୍ରାଉନ ସୁଗର ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 7, 2019

୫ ଲକ୍ଷର ବ୍ରାଉନ ସୁଗର ଜବତ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣାରୁ ୩୮.୬୪ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ  ଅଧିକ ହେବ।

ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଫୈୟଜ ମହମ୍ମଦ ଓ ଆଶିକ ଖାଁ। ସେମାନଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ରଥିପୁର ଗାଁରେ।

ଗତକାଲି ଫୈୟଜ ଓ ଆଶିକ ବାଲେଶ୍ୱରରୁ ବ୍ରାଉନ ସୁଗର ନେଇ ଭଦ୍ରକ ଯାଉଥିବା ସଂକ୍ରାନ୍ତରେ ସିମୁଳିଆ ଥାନା ଆଇଆଇସି ସଞ୍ଜୟ ପରିଡା କୌଣସି ସୂତ୍ରରୁ ଖବର ପାଇଥିଲେ।  ତତ୍‌କ୍ଷଣାତ ୧୬ ନମ୍ବର ଜାତୀୟ ରାଜପଥ ମାର୍କୋଣାଠାରେ ପୂର୍ବରୁ ପୁଲିସ୍‌  ଜଗି ଯାଇଥିଲା। ଫୈୟଜ ଓ ଆଶିକ ବ୍ରାଉନସୁଗର ନେଇ ବାଇକ୍‌ରେ ଯିବା ବେଳେ ପୁଲିସ୍ ସେମାନଙ୍କୁ କାବୁ କରି ନେଇଥିଲା। ଏହାପରେ ସେମାନଙ୍କ ନିକଟରୁ ବ୍ରାଉନ ସୁଗର ଜବତ କରିଥିଲା।



from Odisha Reporter https://ift.tt/2oergkG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages