ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗତକାଲି ବିଳମ୍ବିତ ରାତିରେ ଏକ ପରିବା ବୋଝେଇ ପିକଅପ୍ ଭ୍ୟାନ ବରପାଲିରୁ କବିସୂର୍ଯ୍ୟନଗର ଆସୁଥିବା ବେଳେ କଳିଙ୍ଗା ଘାଟି ନିକଟରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା। ଘଟଣାସ୍ଥଳରେ ପିକଅପ୍ ଭ୍ୟାନ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି କବିସୂର୍ଯ୍ୟନଗର ଅଞ୍ଚଳର ପ୍ରତାପ ପ୍ରଧାନ।
ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।
from Odisha Reporter https://ift.tt/2pAvh3f
No comments:
Post a Comment