ମୁମ୍ବାଇ: ହ୍ରିତିକ୍ ରୋଶନ୍ ଓ ଟାଇଗର ଶ୍ରୋଫ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ୱାର୍’ ଗତକାଲି ରିଲିଜ୍ ହୋଇଯାଇଛି। ଫିଲ୍ମଟି ରିଲିଜ୍ ପୂର୍ବରୁ ପ୍ରି ସେଲିଂରେ ୩୦ କୋଟିରୁ ଅଧିକ ଟଙ୍କା ଆୟ କରି ରେକର୍ଡ କରିଥିବା ବେଳେ ପ୍ରଥମ ଦିନରେ ଜବରଦସ୍ତ କଲେକ୍ସନ କରିଛି। ପ୍ରଥମ ଦିନରେ ଏହା ୫୦ କୋଟି ଆୟ କରିଛି। ଏହା ସହିତ ଏହି ଆକ୍ସନ ଥ୍ରୀଲର୍ଟି ଚଳିତ ବର୍ଷ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମ ଗୁଡ଼ିକ ମଧ୍ୟରେ ପ୍ରଥମ ଦିନରେ ସବୁଠୁ ଅଧିକ ଆୟ କରିବାର ରେକର୍ଡ କରିଛି। ସେହିପରି ଗତବର୍ଷର ରେକର୍ଡକୁ ଦେଖିଲେ ଏହା ଆମୀର ଖାନ୍ ଓ ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ପଛକୁ ରହିଛି। ଆମୀରଙ୍କ ଏହି ଫିଲ୍ମ ପ୍ରଥମ ଦିନରେ ୫୦.୭୫ କୋଟି ଟଙ୍କା ଆୟ କରିଥିଲା। ଅନ୍ୟପକ୍ଷରେ ମୋଟାମୋଟି ଭାବେ ଦେଖିଲେ ‘ୱାର୍’ ଚଳିତ ବର୍ଷ ପ୍ରଥମ ଦିନର ଆୟରେ କରିବାରେ ଦ୍ୱିତୀୟ ସ୍ଥାନରେ ରହିଛି। କାରଣ କାଲି ପ୍ରଥମ ଦିନରେ ହଲିଉଡ୍ ଫିଲ୍ମ ‘ଆଭେଞ୍ଜର୍ସ: ଏଣ୍ଡଗେମ୍’ ୫୩ କୋଟି ଟଙ୍କା ଆୟ କରିଥିଲା। ଅବଶ୍ୟ ‘ୱାର୍’ ଅନ୍ୟ ଭାଷାରେ ବି ରିଲିଜ୍ ହୋଇଥିବାରୁ, ତାକୁ ହିସାବକୁ ନେଲେ ପ୍ରଥମ ଦିନରେ ଏହାର ମୋଟ ଆୟ ୫୫ କୋଟି ହୋଇଯିବ ବୋଲି କୁହାଯାଉଛି।
#WAR Day-1 ₹ 50 cr nett approx.
Cheetey ki chaal, baaz ki nazar aur Sumit kadel k prediction pe sandeh nahi karte.. HISTORIC COLLECTION despite 800-1000 lesser screens than Thugs. https://t.co/pkvt76R3fE— Sumit kadel (@SumitkadeI) October 2, 2019
#War
1st Day :- 48.50cr (Very early estimates) Final numbers can go a little higher or marginally lower as well. What to say.. 👏👏#warmovie @iHrithik @iTIGERSHROFF @yrf
Those asking about chances of 50.00cr ,yes very much possible.— REAL BOX-OFFICE (@teamrb_) October 2, 2019
‘ୱାର୍’କୁ ନେଇ ଦର୍ଶକଙ୍କ ମଧ୍ୟରେ ଏକ ଅଜବ କ୍ରେଜ୍ ଦେଖିବାକୁ ମିଳିଛି। କାରଣ ଏହି ଫିଲ୍ମରେ ପ୍ରଥମଥର ପାଇଁ ହ୍ରିତିକ୍ ଓ ଟାଇଗର ଏକାଠି ସ୍କ୍ରିନ୍ ଶେଆର କରିଛନ୍ତି। ଏହା ବ୍ୟତୀତ ଫିଲ୍ମକୁ ଭଲ ରେଟିଂ ମଧ୍ୟ ମିଳିଛି। ସୂଚନା ଅନୁଯାୟୀ, ‘ୱାର୍’ ୩,୮୦୦ଟି ହଲ୍ରେ ରିଲିଜ୍ ହୋଇଛି। ଏହା ଆଗକୁ ଆହୁରି ଭଲ କଲେକ୍ସନ କରିବ ଓ ବ୍ଲକ୍ବଷ୍ଟର୍ ହେବ ବୋଲି କୁହାଯାଉଛି। ଅକ୍ଟୋବର ୨୬ ତାରିଖରେ ଅକ୍ଷୟ କୁମାରଙ୍କ ‘ହାଉସ୍ଫୁଲ୍ ୪’ ରିଲିଜ୍ ହେବାକୁ ଥିବା ବେଳେ ସେ ପର୍ଯ୍ୟନ୍ତ ‘ୱାର’ ଫିଲ୍ମ ହଲ୍ ଗୁଡ଼ିକରେ ଧମାଲ କରିବ ବୋଲି କୁହାଯାଉଛି।
HIGHEST OPENING DAY
HIGHEST SINGLE DAY
HIGHEST OPENER IN ACTION GENRE
HIGHEST OPENER FOR YRF MOVIE
with 3way clash & less no of screen
Belongs to one & only HRITHIK ROSHANMASS MEGASTAR 😎🔥#war pic.twitter.com/LlorMefHMk
— AYAN (Kabir) #WAR (@VijayDinanath20) October 2, 2019
ସୂଚନାଯୋଗ୍ୟ, ୟଶ୍ରାଜ୍ ବ୍ୟାନର୍ରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ। ହ୍ରିତିକ୍ ଓ ଟାଇଗରଙ୍କ ସହିତ ଏଥିରେ ବାଣୀ କପୁର ମଧ୍ୟ ଅଛନ୍ତି। ଫିଲ୍ମରେ ହ୍ରିତ୍କଙ୍କ ଶିଷ୍ୟ ଭୂମିକାରେ ଅଭିନୟ କରିଛନ୍ତି ଟାଇଗର। ଅନ୍ୟପକ୍ଷରେ ହ୍ରିତିକ୍ ନେଗେଟିଭ୍ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଫିଲ୍ମର କାହାଣୀରେ ସସପେନ୍ସ ମଧ୍ୟ ରହିଛି।
from Odisha Reporter https://ift.tt/2namgwS
No comments:
Post a Comment