‘ରୋବ ସେଫ୍’ ରୋଷ୍ଟୁରାଣ୍ଟରେ ବାବୁସାନ୍‌, ଡିମାଣ୍ଡ କଲେ ‘ମୁଢି ମାଂସ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 16, 2019

‘ରୋବ ସେଫ୍’ ରୋଷ୍ଟୁରାଣ୍ଟରେ ବାବୁସାନ୍‌, ଡିମାଣ୍ଡ କଲେ ‘ମୁଢି ମାଂସ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ରାଜଧାନୀ ଭୁବନେଶ୍ୱରରେ ବି ମିଳୁଛି ଜାପାନର ଅନୁଭୂତି। ଏଠାରେ ବି ଗ୍ରାହକଙ୍କୁ  ଖାଦ୍ୟ ପରିଷୁଛନ୍ତି ରୋବର୍ଟ।  ଗତକାଲି ଭୁବନେଶ୍ୱରର ଇନ୍‌ଫୋସିଟି ଡିଏଲ୍‌ଏଫ୍‌ ଟାଓ୍ଵାର ପାଖରେ ‘ରୋବୋ ସେଫ୍’ ନାମକ ଏକ ରେଷ୍ଟୁରାଣ୍ଟ ଖୋଲିଛି। ଯେଉଁଠି ଖାଦ୍ୟ ପରଷିବା ପାଇଁ ଆଉ ଲୋକମାନଙ୍କର ଆବଶ୍ୟକ ନାହିଁ। ଏଥିପାଇଁ ରୋବର୍ଟମାନେ ପ୍ରସ୍ତୁତ ରହୁଛନ୍ତି। ଏହି ରେଷ୍ଟୁରାଣ୍ଟରେ ଥିବା ଦୁଇଟି ରୋବର୍ଟ ଚମ୍ପା ଏବଂ ଚମେଲିକୁ ଆଦେଶ ଦେଲେ ସେ ଗ୍ରାହକଙ୍କ ପାଖରେ ନେଇ ଖାଦ୍ୟ ପହଞ୍ଚାଇ ଦେଉଛନ୍ତି।

ତେବେ ଗତକାଲି ନୂଆ କରି ଖୋଲିଥିବା ଏହି ରେଷ୍ଟୁରାଣ୍ଟର ଅନୁଭୂତି ସାଉଣ୍ଟିବା ପାଇଁ ବହୁ ଗ୍ରାହକଙ୍କ ଭିଡ଼ ଜମିଥିଲା। ଓଲିଉଡ୍‌ର ସୁପରଷ୍ଟାର ବାବୁସାନ୍‌ ମଧ୍ୟ ଯୋଗଦେଇ ଏହି ରେଷ୍ଟୁରାଣ୍ଟର ଓପନିଂ କରିଥିଲେ ଏବଂ କେକ୍‌ କାଟିଥିଲେ।

ରେଷ୍ଟୁରାଣ୍ଟର ମାଲିକ ଜିତ୍‌ ବାସଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ । ବାବୁସାନ୍‌ଙ୍କ ଘର ମଧ୍ୟ ସେହି ଜିଲ୍ଲାରେ ହୋଇଥିବାରୁ ରୋବୋ କ୍ୟାଫେ ମେନ୍ୟୁରେ ସେ ବାରିପଦା ପ୍ରସିଦ୍ଧ ମୁଢି ମାଂସ ସାମିଲ୍‌ କରିବାକୁ କହିଛନ୍ତି। ଏଥିସହ ଜଣେ ଓଡ଼ିଆ ପୁଅ ଭାବେ ସେ ଏଭଳି ଟେକ୍ନୋଲୋଜିକୁ ଓଡ଼ିଶାରେ ବ୍ୟବହାର କରିଥିବାରୁ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି।

ସୂଚନା ଅନୁଯାୟୀ, ‘ସଟ୍‌ ଫର୍‌ ସାଇମଲ୍‌ଟାନିୟସ୍‌ ଲୋକାଲାଇଜେସନ୍‌ ଆଣ୍ଡ୍‌ ମ୍ୟାପିଂ’ କୌଶଳରେ ଏହି ରୋବର୍ଟକୁ ତିଆରି କରାଯାଇଛି। ଏଥିରେ ୭ ପ୍ରକାରର ସେନ୍‌ସର୍‌ ଅଛି। ପରିବେଶ, ଗରମ, ଧୂଆଁ ଓ ମଣିଷ ଚିହ୍ନିବା ସହ ଲୋକଙ୍କୁ ଅଭିବାଦନ ବି ଦେଇପାରିବ। ସବୁଠାରୁ ମଜାଦାର କଥା ହେଉଛି ‘ଚମ୍ପା’ ଓ ‘ଚମେଲି’ ଖାଦ୍ୟ ପରଷିବା ପରେ ଗ୍ରାହକମାନଙ୍କୁ ପଚାରୁଛନ୍ତି ‘ଆପଣମାନେ ଖୁସି ତ?’



from Odisha Reporter https://ift.tt/31qeuwF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages