ପାଟନା: ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଏନଡିଏ(ବିଜେପି-ଜେଡିୟୁ)ର ନେତୃତ୍ୱ କିଏ ନେବ? ଏ ନେଇ ସମସ୍ତ କଳ୍ପନା ଜଳ୍ପନାର ପୂର୍ଣ୍ଣଛେଦ ପକାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଗତକାଲି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ସେ ନେତୃତ୍ୱକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ବାବଦରେ ସ୍ପଷ୍ଟ କହିଛନ୍ତି। ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି।
ନିକଟରେ ଦୁଇ ଦଳର ନେତାଙ୍କ ମଧ୍ୟରେ ନିର୍ବାଚନ ବେଳେ ନେତୃତ୍ୱକୁ ନେଇ ବାକ୍ ଯୁଦ୍ଧ ଚାଲିଥିଲା। ତେଣୁ ନିର୍ବାଚନ ବେଳେ ମେଣ୍ଟରେ ଫାଟ ସୃଷ୍ଟି ହୋଇପାରେ ବୋଲି ଏକ ପ୍ରକାର ଆକଳନ ହୋଇଥିଲା। ଅମିତ ଶାହ ଏହି ପ୍ରସଙ୍ଗରେ କହିଛନ୍ତି, ଦୁଇଟି ଦଳ ତେଣୁ ଭିନ୍ନ ମତ ରହିବା ସ୍ୱାଭାବିକ। ହେଲେ ଏହାକୁ ନେଇ ଯୁକ୍ତି କରିବା ଅନୁଚିତ। ନୀତିଶ କୁମାର ବିହାର ଏନଡିଏ ମେଣ୍ଚର ମୁଖ୍ୟ। ସେ ହିଁ ପ୍ରଚାର ମୁଖ୍ୟ ବୋଲି ବିଜେପି ସଭାପତି ଅମତି ଶାହ ସ୍ପଷ୍ଟ କରିଛନ୍ତି।
from Odisha Reporter https://ift.tt/2MotyGQ
No comments:
Post a Comment