ବିଜେପୁର ଉପନିର୍ବାଚନ; ଭୋଟ ଦେଲେ ରୀତା,ଦିଲୀପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 20, 2019

ବିଜେପୁର ଉପନିର୍ବାଚନ; ଭୋଟ ଦେଲେ ରୀତା,ଦିଲୀପ

ବରଗଡ଼(ଓଡ଼ିଶା ରିପୋର୍ଟର) : ‍‍ବିଜେପୁର ଉପନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇସାରିଛି। ୨ ବର୍ଷ ମଧ୍ୟରେ ୩ ଥର ନିର୍ବାଚନ ସତ୍ତ୍ୱେ ବିଜେପୁରବାସୀଙ୍କ ମଧ୍ୟରେ ଭୋଟକୁ ନେଇ ଉତ୍କଣ୍ଠା କମିନାହିଁ। ଆଜି ସକାଳୁ ସକାଳୁ ହିଁ ବୁଥ୍ ଆଗରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି । ବିଜେପି ପ୍ରାର୍ଥୀ ଦିଲୀପ ପଣ୍ଡା ଓ ବିଜେଡି ପ୍ରାର୍ଥୀ ରୀତା ସାହୁ ନିଜ ନିଜ ବୁଥରେ ଆଜି ସକାଳୁ ଭୋଟ ଦେଇଛନ୍ତି ।

ସକାଳ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି । ଏ ପର୍ଯ୍ୟନ୍ତ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ କି ଇଭିଏମ୍‌ରେ ମଧ୍ୟ କୌଣସି ପ୍ରକାର ତ୍ରୁଟି ଦେଖା ଯାଇ ନାହିଁ । ସୁରୁଖୁରୁରେ ମତଦାନ ଚାଲିଛି । ଅପରାହ୍ନ ୫ଟା ପର୍ଯ୍ୟନ୍ତ ଲୋକେ ଭୋଟ ଦେଇପାରିବେ । 

ବିଜେପୁର ଉପନିର୍ବାଚନ ଲାଗି ମୋଟ ୨୮୫ଟି ବୁଥ କରାଯାଇଛି ।  ନିର୍ବାଚନୀ ମଇଦାନରେ ଅଛନ୍ତି ୫ ଜଣ ପ୍ରାର୍ଥୀ । ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ୨ଲକ୍ଷ ୩୨ ହଜାର ଭୋଟର॥ ମୁଖ୍ୟତଃ ବିଜେପି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ହେଉଛି । ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଭୋଟ ପାଇଁ ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ କରିଛି ।  ଗାଇସିଲେଟ ବ୍ଲକର ୬ଟି ବୁଥ୍ ମାଓ ପ୍ରବଣ ହୋଇଥିବାବେଳେ ସେଠାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି  । ୩୩  ପ୍ଲାଟୁନ୍ ଫୋର୍ସ ସହ ୫ କମ୍ପାନୀ ସିଆରପିଏଫ୍ ଓ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ବିଜେପୁରରେ ଏଥର ୧୧ଟି ଆଦର୍ଶ ବୁଥ କରାଯାଇଛି । ଦିବ୍ୟାଙ୍ଗମାନଙ୍କ କରାଯାଇଛି  ସ୍ୱତନ୍ତ୍ର ବ୍ୟବସ୍ଥା ।



from Odisha Reporter https://ift.tt/2Pbo7gB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages