ଆସିକା(ମନୋଜ ମୁନି): ଜନ୍ମଦାତା ବାପା ଯଦି ହତ୍ୟାକାରୀ ସାଜେ, ତା’ ହେଲେ ସେ ପିଶାଚ, ସଇତାନଠୁ କୌଣସି ଗୁଣରେ କମ୍ ନୁହେଁ। ରାଗର ବଶବର୍ତ୍ତୀ ହୋଇ ନିଜ ପୁଅକୁ ହତ୍ୟା କରିବାକୁ ପଛାଇ ନାହିଁ ନୃଶଂସ ବାପା। ଏପରି ଲୋମଟାଙ୍କୁରା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନ୍ତର୍ଗତ କେରିକେରିଝୋଳା ଗାଁରେ। ପୁଲିସ୍ ଅଭିଯୁକ୍ତ ଶିବ ଗୌଡକୁ ଅଟକ ରଖିଛି। ମୃତକ ହେଲେ ପିଣ୍ଟୁ ଗୌଡ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ ବାପାପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଶିବ ଉତ୍ତ୍ୟକ୍ତ ହୋଇ କାଠ ଫାଳିଆରେ ପୁଅକୁ ପିଟିପିଟି ହତ୍ୟା କରିଥିଲା। ଶେରଗଡ ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2MX0W8e
No comments:
Post a Comment