ବାଧ୍ୟ ହୋଇ ଗେଷ୍ଟ ହାଉସ ଖାଲି କଲେ ଗୁଲାମ ନବୀ ଆଜାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 28, 2019

ବାଧ୍ୟ ହୋଇ ଗେଷ୍ଟ ହାଉସ ଖାଲି କଲେ ଗୁଲାମ ନବୀ ଆଜାଦ

ଶ୍ରୀନଗର: କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ ଦୀର୍ଘ ବର୍ଷ ହେଲାଣି ମାଗଣାରେ ଉପଭୋଗ କରୁଥିବା ସରକାରୀ ଗେଷ୍ଟ ହାଉସ୍‌କୁ ବାଧ୍ୟ ହୋଇ ଖାଲି କରିଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପୂର୍ବରୁ ଜମ୍ମୁ-କଶ୍ମୀରର ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସାରା ଜୀବନ ଏଭଳି ସରକାରୀ ବାସଭବନ ଉପଭୋଗ କରିବାର ନିୟମ ରହିଥିଲା। ହେଲେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବାରୁ ଏବେ ଗୁଲାମ ନବୀ ଆଜାଦ ବାଧ୍ୟ ହୋଇ ଭିଭିଆଇ ଜୋନରେ ଥିବା ଅତ୍ୟାଧୁନିକ ଗେଷ୍ଟ ହାଉସ ଖାଲି କରିଛନ୍ତି।

ନଭେମ୍ବର ୧ ସୁଦ୍ଧା ଅନ୍ୟ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ନିଜର ସରକାରୀ ବାସଭବନ ଖାଲି କରିବେ। କାରଣ ନଭେମ୍ବର ୧ରୁ ହିଁ ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଣିତ ହେବ।

ଆଜାଦ ୨୦୦୫ ଜୁଲାଇ ମାସରୁ ୨୦୦୮ ଜୁଲାଇ ଯାଏ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ରହିଥିଲେ। ଏହି ସମୟରେ ସେ ଗୁପକାର ରୋଡର ଜେଥିୟାର ଠାରେ ଥିବା ଜମ୍ମୁ-କଶ୍ମୀର ବ୍ୟାଙ୍କ ଗେଷ୍ଟ ହାଉସ୍‌ରେ ରହୁଥିଲେ। ସେବେଠାରୁ ସେ ଏହି ଠାରେ ହିଁ ସରକାରୀ ସୁବିଧାସୁଯୋଗ ଉପଭୋଗ କରି ରହି ଆସୁଥିଲେ। ହେଲେ ଏବେ ସେ ଘର ଖାଲି କରିଛନ୍ତି।

ଅଗଷ୍ଟ ୫ରୁ ଗୃହବନ୍ଦୀ ହୋଇ ରହିଥିବା ଜମ୍ମୁ-କଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଫାରୁକ ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ନାଁରେ ଗୁକାର ରୋଡରେ ସରକାରୀ ବାସଭବନ ରହିଛି। ସେମାନେ ମଧ୍ୟ ଖୁବଶୀଘ୍ର ଘର ଖାଲି କରିବେ ବୋଲି ଜଣାପଡ଼ିଛି।

ଜମ୍ମୁ-କଶ୍ମୀର ବିଧାନସଭା ମେମ୍ବରସ ପେନସନ ଆଇନ୍‌ ୧୯୮୪  ଉପତ୍ୟକାର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସାରା ଜୀବନ ସରକାରୀ ସମ୍ପତ୍ତି ଉପଭୋଗ କରିବାର ଅଧିକାର ପ୍ରଦାନ କରିଥିଲା। ହେଲେ ଧାରା ୩୭୦ ଉଠିବା ପରେ ଏହି ନିୟମ ମଧ୍ୟ ଉଚ୍ଛେଦ ହୋଇଛି।



from Odisha Reporter https://ift.tt/2WnMSr6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages