ବିଳମ୍ୱରେ ପହଞ୍ଚିଲା ଟ୍ରେନ୍, ଯାତ୍ରୀ ପାଇବେ ପଇସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 19, 2019

ବିଳମ୍ୱରେ ପହଞ୍ଚିଲା ଟ୍ରେନ୍, ଯାତ୍ରୀ ପାଇବେ ପଇସା

ନୂଆଦିଲ୍ଲୀ: ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ୍ ଏକ୍ସପ୍ରେସ ଷ୍ଟେସନରେ ଶନିବାର ବିଳମ୍ୱରେ ପହଞ୍ଚିଥିଲା। ତେଣୁ ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କ୍ଷତିପୂରଣ ମିଳିବ ବୋଲି ଜଣାପଡ଼ିଛି। ଗତକାଲି ଲକ୍ଷ୍ନୌ-ଦିଲ୍ଲୀ ତେଜସ୍ ଏକ୍ସପ୍ରେସ ଟ୍ରେନ ଉଭୟ ଅପ୍ ଏବଂ ଡାଉନରେ ବିଳମ୍ୱରେ ଚାଲିଥିଲା। ତେଣୁ ରେଳ ବିଭାଗର ନିୟମ ମୁତାବକ ଯାତ୍ରୀ ମାନଙ୍କୁ କ୍ଷତିପୂରଣ ମିଳିବ ବୋଲି ଘୋଷଣା ହୋଇଛି। ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଟ୍ରେନରେ ୪୫୧ ଜଣ ଯାତ୍ରୀ ଥିବାବେଳେ ଦିଲ୍ଲୀରୁ ଲକ୍ଷ୍ମୌ ଯାଉଥିବା ଟ୍ରେନରେ ୫୦୦ ଜଣ ଯାତ୍ରୀ ଥିଲେ।

ଗତକାଲି ତେଜସ୍ ଏକ୍ସପ୍ରେସ ମଧ୍ୟାହ୍ନ ୧୨ଟା ୨୫ରେ ଦିଲ୍ଲୀ ପହଞ୍ଚିବାର ଥିଲା। ହେଲେ ଏହା ଅପରାହ୍ନ ୩ଟା ୪୦ରେ ପହଞ୍ଚିଥିଲା। ସେହିପରି ଲକ୍ଷ୍ନୌରେ ଏହି ଟ୍ରେନ ରାତି ୧୦ଟା ୦୫ରେ ପହଞ୍ଚିବାର ସମୟ ଥିବାବେଳେ ୧୧ଟା ୪୦ରେ ପହଞ୍ଚିଥିଲା।

ଆଇଆରସିଟିସିର ନିୟମ ଅନୁଯାୟୀ ଘଣ୍ଟାଏ ବିଳମ୍ୱ ହେଲେ ଯାତ୍ରୀଙ୍କୁ ୧୫୦ ଟଙ୍କା ଏବଂ ଦୁଇ ଘଣ୍ଟାରୁ ଅଧିକ ବିଳମ୍ୱ ହେଲେ ୨୫୦ ଟଙ୍କା ମିଳିବ ବୋଲି ଜଣାପଡ଼ିଛି। ଏହି ଟ୍ରେନର ଆଉ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ହେଲା ଯାତ୍ରୀମାନଙ୍କୁ ୨୫ ଲକ୍ଷ ଟଙ୍କାର ବିମା ସୁବିଧା ସହିତ ଚୋରି ହେଲେ ୧ ଲକ୍ଷ ଟଙ୍କାର ବିମା ମିଳିବ ବୋଲି ବ୍ୟବସ୍ଥା ରହିଛି।



from Odisha Reporter https://ift.tt/2J5SJvM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages